ଆମ୍ବେଦକର ସମ୍ମାନ ଅଭିଯାନରେ ଆଲୋଚନା ଚକ୍ର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼.ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ସପ୍ତାହ ଅବସରରେ କେନ୍ଦୁଝର ସହରର ନଗରଭବନ ଠାରେ ସୋମବାର ଡ଼. ଭୀମ ରାଓ ଆମ୍ବେଦକର ସମ୍ମାନ ଅଭିଯାନ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କଲା କେନ୍ଦୁଝର ଜିଲ୍ଲା ବିଜେପି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ବିଜେପି ର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଏବଂ  ଆମ୍ବେଦକରଙ୍କୁ କଂଗ୍ରେସ ର କିପରି ଅପମାନିତ କରିଥିଲା ସେସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଡ଼. ଭୀମ ରାଓ ଆମ୍ବେଦକର ସମ୍ମାନ ଅଭିଯାନ ର କେନ୍ଦୁଝର ପରି ପାଞ୍ଚଟି ଜିଲ୍ଲାର ଦାୟିତ୍ୱରେ ଥିବା ତଥା କେନ୍ଦୁଝର ଜିଲ୍ଲା ବିଜେପି ର ପୂର୍ବତନ ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ତେଲକୋଇ ବିଧାୟକ ଡ଼. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ବରିଷ୍ଟ ନେତା ଡ଼. ଶମ୍ଭୁନାଥ ରାଉତ ମଞ୍ଚାସିନ ହୋଇ ଭାରତ ରତ୍ନ ଡ଼. ଭୀମ ରାଓ ଆମ୍ବେଦକରଙ୍କ ଦେଶ ପ୍ରତି ବଳିଷ୍ଟ ଅବଦାନ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ସମ୍ମୁଖରେ ରଖିଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ବୁଦ୍ଧିଜୀବୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ