କାଳ ବୈଶାଖୀରେ ଅଘଟଣ : ଟିଣ ଚୋଟରେ ମହିଳା ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରବିବାର ସନ୍ଧ୍ୟା ସମୟରେ କାଳ ବୈଶାଖୀର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ଅନୁଭୂତ ହୋଇଛି।ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଘୋଷିତ ପୂର୍ବାନୁମାନ ଅନୁସାରେ ଘଡଘଡି ସହ ଅଳ୍ପ ସମୟ ଧରି ବର୍ଷା ଓ ପବନର ପ୍ରଭାବ ଦେଖାଦେଇଛି।ପବନର ବେଗ  ଘଣ୍ଟା ପ୍ରତି ୪୦-୫୦ କିମି ରେ ପ୍ରବାହିତ ହେବା ଫଳରେ ବଡ଼ ଧରଣର କ୍ଷୟକ୍ଷତି ଘଟି ନ ଥିଲା  ବେଳେ ବିଭିନ୍ନ ସ୍ଥାନରେ କିଛି ଘର ଓ ଗୁହାଳ ଗୁଡ଼ିକର ଟିଣ ଛପର ଉଡିଯାଇ ସାମାନ୍ୟ ଧରଣର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ହିଞ୍ଜିଳି  ଥାନା ବାଦୀଆମ୍ବଗାଁ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ପବନ ବୋହିବା ଫଳରେ ଗୋଟିଏ ଘରର ଟିଣ ଉଡି ଆସି ଜଣେ ମହିଳାଙ୍କ ମୁଣ୍ଡରେ ବାଜିବାରୁ ଗୁରୁତର ଆହତ ହୋଇଥିଲେ । ଆହତ ଜଣଙ୍କ ସଂପୃକ୍ତ ଗ୍ରାମର  ଅମୁଲ୍ୟ ଦାସ(୪୫)।ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ତାଙ୍କୁ ବ୍ରହ୍ମପୁର ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।। ଅନ୍ୟ ପକ୍ଷରେ ପିତଳ ଗ୍ରାମରେ ବଜ୍ରାଘାତ ଘଟି ଏକ ନଡ଼ିଆ ଗଛ ଜଳି ଯାଇଥିବା ସୂଚନା ମିଳିଛି ।
Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ