କାଶୀନଗରରେ ମିଶନ ଶକ୍ତି ପକ୍ଷରୁ ଋଣମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କାଶୀନଗର ବ୍ଲକ ଅଫିସ ପରିସରରେ ମିଶନ୍ ଶକ୍ତି ପକ୍ଷରୁ ଋଣମେଳା ଆୟୋଜିତ ହୋଇଯାଇଛି । ବିଡିଓ ଡ. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା କାଶୀନଗର ଏନ୍‌ଏସିର ପ୍ରଶାସକ ଦିଲ୍ଲିପ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପିଡି ବିଦ୍ୟାଧର ମୁଦୁଲି, ମିଶନ ଶକ୍ତି ଡିପିଏମ ପ୍ରିୟମ୍ବଦା ବିଷୋୟୀ, ଡିପିସି ରଶ୍ମୀ ସେଠୀ, କାଶୀନଗର ସିଡିପିଓ କନକଲତା ପୂଜାରୀ, ଏଲ୍‌ଡିଏମ୍ କିଶୋର ଚନ୍ଦ୍ର ନାୟକ, କାଶୀନଗରରେ ଥିବା ସମସ୍ତ ବ୍ୟାଙ୍କ ଶାଖାର ମ୍ୟାନେଜର, ବିପିଏମ୍ ଅଜୟ ବାରିକ, ବିଏଲ୍‌ସି ଜଗନ ବାରିକ, ଶ୍ରୀକାନ୍ତ ପଟ୍ଟନାୟକ, ବି. କୋମଳାଙ୍ଗୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ, ମିଶନ ଶକ୍ତି ଓଡିଶା ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ ଏହି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କ ସଶକ୍ତକରଣ ପାଇଁ କାର୍ଯ୍ୟ ଚାଲିଛି । ମାଆ ଶିକ୍ଷିତା, ସଶକ୍ତା ଓ ସ୍ୱାବଲମ୍ବିନୀ ହୋଇ ପାରିଲେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ । ମାଇକ୍ରୋ ଫାଇନାନ୍ସରୁ ଋଣ ନେଇ ଶୋଷଣର ଶିକାର ନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏ ଅବସରରେ ୧୦୫ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ଦୁଇ କୋଟି ତେର ଲକ୍ଷ ସତୁରୀ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ମେଳା ପରେ କାଶୀନଗର ନାଗରିକ ମଞ୍ଚ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ସହ ଆଲୋଚନା ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ, ଏନ୍‌ଏସି ସକାଶେ ଏକ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ହୋଇଯାଇଥିବା ପ୍ରଥମ ବୈଠକ ସମ୍ପର୍କରେ ସେ ଅବଗତ ଅଛନ୍ତି । ଏହା ଏକ ଅତି ଭଲ ପ୍ରସ୍ତାବ । ପରବର୍ତ୍ତୀ ସମୟରେ ଅଧିକ ବିଚାର ଆଲୋଚନା କରି ସେ ଦିଗରେ ସକାରତ୍ମକ ପଦକ୍ଷେପ ନେବାକୁ ସେ ଯୋଜନା ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ