କାଶୀନଗର ଏନଏସିରେ ପରିମଳ ନିୟନ୍ତ୍ରଣ ପାଇଁ ତିନି ଅଟୋ ଉଦ୍ଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲାର କାଶୀନଗର ଠାରେ ପରିମଳ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ୩ଗୋଟି ଅଟୋକୁ ଉଦ୍ଘାଟନ କରାଯାଇଛି । ଏଥି ଅନୁଯାୟୀ କାଶୀନଗର ଏନଏସି ପରିସରରେ ସହରର ପରିମଳ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ୩ଗୋଟି ଅଟୋକୁ ପାରଳା ଉପ-ଜିଲ୍ଲାପାଳ ତଥା ଏନଏସି ଅଧ୍ୟକ୍ଷ ସଂଗ୍ରାମ ଶେଖର ପଣ୍ଡା ଉଦ୍ଘାଟନ କରିଛନ୍ତି । ଏହି ୩ଗୋଟି ଅଟୋରେ ଏନଏସିର ଆବର୍ଜନା ନିଷ୍କାସନ ବ୍ୟବସ୍ଥା ରହିଛି । ଏହି ଉଦ୍ଘାଟନ ବେଳେ ଏନଏସି ନିର୍ବହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରିବେଶର ପ୍ରଦୂଷଣ ରୋକିବା ପାଇଁ ଏନଏସି ପକ୍ଷରୁ ଏହି ଅଟୋ ଗୁଡିକ ବିଭିନ୍ନ ସାହି ଓ ଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରି ସହରର ପରିମଳ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ପାରଳା ଉପ-ଜିଲ୍ଲାପାଳ ତଥା ଏନଏସି ଅଧ୍ୟକ୍ଷ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ।


