କାଶୀନଗର ଏନଏସି ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର ନିର୍ବାଚନ ଭିତ୍ତିକ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୭, ୮ ଓ ୧୨ ନମ୍ବର ୱାର୍ଡରେ ଓଡିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ବେଳେ ଉକ୍ତ ୱାର୍ଡ ଗୁଡିକ ଯଥାକ୍ରମେ ଅନୁସୂଚିତ ଜାତି ମହିଳା ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜଣାପଡିଛି । ତେଣୁ ନିର୍ବାଚିତ ହେବାକୁଥିବା କାଉନସିଲ୍‌ରେ ଓଡିଆ ଭାଷାଭାଷୀ ଲୋକଙ୍କ ପ୍ରତିନିଧିତ୍ୱ ରହିବ କି ନାହିଁ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଗଜପତିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନଟି ଗତ ଦୁଇ ନିର୍ବାଚନ ଅବସରରେ ମହିଳାଙ୍କ ପାଇଁ ସଂରକ୍ଷିତ ରଖା ଯାଇଥିବା ବେଳେ, ତୃତୀୟ ଥର ପାଇଁ ପୁଣି ମହିଳାଙ୍କ ପାଇଁ ହିଁ ସଂରକ୍ଷିତ ରହିଛି । ପୂର୍ବରୁ କାଶୀନଗର ବ୍ଲକର ପି.ଲତା ଓ ପରବର୍ତ୍ତୀ ସମୟରେ ମୋହନା ବ୍ଲକର ଅନୀତାରାଣୀ ବେହେରା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିଲେ । ତେଣୁ ଉଲ୍ଲିଖିତ ଆସନ ଏଥରର ସଂଭାବ୍ୟ ନିର୍ବାଚନ ବେଳେ ପୁରୁଷ ବର୍ଗ ପାଇଁ ରହିବା ଉଚିତ ବୋଲି ମତ ପ୍ରକାଶ ପାଇଛି । କାଶୀନଗର ଏନ୍‌ଏସିର ୭, ୮, ୧୨ ନମ୍ବର ୱାର୍ଡ ପାଇଁ ବି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ବେଳେ ସଂରକ୍ଷଣର ରୂପରେଖ ବଦଳିବା ଦରକାର ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ