୯ମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାରକୁ ନେଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ହାଡୁଭାଙ୍ଗି ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ୯ମ ଖ୍ନେଣୀର ଛାତ୍ରୀକୁ ଆଶ୍ଳୀଳ ବ୍ୟବହାରକୁ ନେଇ ପିତାମାତାଙ୍କ ପ୍ରତିବାଦରେ ଉତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ ୭ଜଣ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରି ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । କାଶୀନଗର ଥାନାରୁ ସୁଚନା ମିଳିଛି ଯେ, ଉକ୍ତ ଗ୍ରାମର ଏସ୍ ପ୍ରସାଦଙ୍କ ଝିଅ କତ୍ତୁରୁ ଗ୍ରାମର ଏକ କନଭେଣ୍ଟ ସ୍କୁଲରେ ନବମ ଶ୍ରେଣୀରେ ପଢିବା ପାଇଁ ଦୈନନ୍ଦିନ ଯିବା ଆସିବା କରନ୍ତି । ଉକ୍ତ ଗ୍ରାମର ଏକ ୨୩ ବର୍ଷୀୟ ଯୁବକ ସେହି ଝିଅକୁ ପ୍ରେତ୍ୟକ ଦିନ କିଛି ନା କିଛି ଅଶ୍ଳୀଳ ବ୍ୟବହାର କରୁଥିବା ଝିଅର ବାପା ଜାଣିପାରିଲେ । ଏହି ବିଷୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହି ଆସିଥିଲା । ପୁଣି ଯୁବକଙ୍କ ଅଶ୍ଳୀଳ ବ୍ୟବହାରରେ ପିତାମାତାଙ୍କ ପ୍ରତିବାଦ ଯୋଗୁଁ ଅଶ୍ଳୀଳ ବ୍ୟବହାର କରୁଥିବା ଯୁବକ ଓ ତାଙ୍କ ୭ଜଣ ସମର୍ଥକଙ୍କ ଆକ୍ରମଣରେ ପିତାମାତା ଗୁରୁତର ହୋଇ ପଡିଛନ୍ତି । ସଂଘର୍ଷରେ ଝିଅର ବାପା ଓ ମା ଗଭୀର ଆଘାତ ପାଇ କାଶୀନଗର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ଏମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଥିଲା । ତଥାପି ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆନ୍ଧ୍ର ଶ୍ରୀକାକୁଲମ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ କାଶୀନଗର ଥାନାରେ ୧୨୫/୨୧ରେ ମାମଲା ରୁଜୁ କରି ତଦନ୍ତ କରିବା ସହ ସଂପୃକ୍ତ ଘଟଣାରେ ୫ଜଣକୁ ଗିରଫ କରି ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । ଅନ୍ୟ ୨ଜଣ ଫେରାର ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ