କାଶୀନଗର ଠାରେ ବଂଶଧାରା ନଦୀରେ ବେଆଇନ ଡ଼ଙ୍ଗା ଚାଳନା କୁ ବନ୍ଦ କଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ବ୍ଲକ ର ଖଣ୍ଡାବା, ଇଦୁଡ଼ି, ଓ କାଶୀନଗର ଠାରେ ବର୍ଷା ଦିନ ଆସିଲେ ବିଭିନ୍ନ ନଦିଘାଟରେ ଡ଼ଙ୍ଗା ଚାଲିଥାଏ, ଏହି ଡ଼ଙ୍ଗା ଦ୍ୱାରା ଆନ୍ଧ୍ର ପ୍ରଦେଶ ଲୋକ ଓଡିଶା ଓ ଓଡିଶା ଲୋକ ଆନ୍ଧ୍ର କୁ ଯାତାୟାତ କରିଥାନ୍ତି |ହେଲେ ବିଭିନ୍ନ ପଞ୍ଚାୟତ ଓ ପୌର କର୍ତ୍ତୃପକ୍ଷ ନଦୀଘାଟ ନିଲାମ ଡାକିଥାନ୍ତି | କିନ୍ତୁ ନଦୀଘାଟ ନିଲାମ ଡାକିବା ଲୋକ ର ଡ଼ଙ୍ଗା ଦରକାର ହୋଇଥାଏ | ଏହି ଡ଼ଙ୍ଗା ଚାଳନା ର ଅବଧି ଜୁନ ମାସରୁଫେବୃଆରୀ ପର୍ଯ୍ୟନ୍ତ ରହିଥାଏ କାରଣ ଏହି ସମୟରେ ବି ନଦୀରେ ପାଣିଥାଏ | ଯାତ୍ରୀ ମାନେ ବନ୍ଧୁ ବାନ୍ଧବ ଘରକୁ ଯିବା, ଯାନୀ ଯାତ୍ରା ଓ ଆନ୍ଧ୍ର ର ବସ କୁ ଯିବା କାର୍ଯ୍ୟକ୍ରମ ଥାଏ |ହେଲେ ଡ଼ଙ୍ଗା ବାଲା ଯାତ୍ରୀଙ୍କ ସୁରକ୍ଷା କେବେ ବି ଚିନ୍ତା କରନ୍ତି ନାହିଁ, ଏଣୁ କାଶୀନଗର ତହସିଲଦାର ଙ୍କ ନଜରରେ ଏହା ପଡିବା ପରେ ଗତକାଳୁ ତହସିଲଦାର ଶ୍ରୀ ଲରେମାନ ଖରସେଲ ସଦଳ ବଳେ ଚଢ଼ାଉ କରି ସେମାନଙ୍କୁ ତାଗିଦ କରିଛନ୍ତି କି ଏଣିକି ଲାଇଫ ଜ୍ୟାକେଟ ବିନା କୌଣସି ଯାତ୍ରୀ ଙ୍କୁ ନେବା ଆଣିବା କଲେ ଡ଼ଙ୍ଗା ଜବତ ହେବ ଓ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଶ୍ରୀ ଖରସେଲ ଦେଇଛନ୍ତି |