କାଶୀନଗର ତହସିଲଦାର ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଗ୍ରାମ ପରିଦର୍ଶ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଡ.ଲକ୍ଷ୍ମୀ ପ୍ରସାଦ ସାହୁ ଖାଣ୍ଡବା ରାଜସ୍ୱ ସର୍କଲ୍ର ସାରା, ବାଡିଗାଁ, ପୁରୁଟିଗୁଡା ପ୍ରଭୃତି ଗ୍ରାମ ପରିଦର୍ଶନ କରିଛନ୍ତି । ପରିଦର୍ଶନ ଅବସରରେ ସେ ଚାଷୀମାନଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସଙ୍ଗ ସଙ୍ଗେ ନିଜେ ଧାନକ୍ଷେତରେ ପଶି ଚଳିତ ବର୍ଷର ଫସଲ କିପରି ହୋଇଛି ପରଖି ଦେଖିଥିଲେ । ଚାଷୀମାନେ କହିଛନ୍ତି ଯେ, ତହସିଲଦାରଙ୍କ କର୍ତ୍ତବ୍ୟ ପ୍ରତି ଥିବା ଆନ୍ତରିକତା ପ୍ରଶଂସନୀୟ । ତେବେ ପ୍ରତିକ୍ରିୟୀରେ ତହସିଲାଦର ସେ କେବଳ ନିଜ ସରକାରୀ ଦାୟୀତ୍ୱ ତୁଲାଇଛନ୍ତି ବୋଲି ରଖିବା ସହ ବର୍ତ୍ତମାନ ସମୟରେ ମରୁଡିର ସମ୍ଭାବନା ନାହିଁ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ଆଗାମୀ ଦିନରେ ଭଲ ବର୍ଷ ନହେଲେ ମରୁଡିର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ବୋଲି ବି ସେ କହିଛନ୍ତି ।


