କାଶୀନଗର ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ଉଦାର ମାନବିକତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ତହସିଲ କାର୍ଯ୍ୟାଳୟରେ ଏକ ସ୍ୱଚ୍ଛ ମାନବିକତାର ପରିଚୟ ଦେଖିବାକୁ ମିଳିଛି । ଖରାରେ ଅସମ୍ଭାଳ ହୋଇ ତହସିଲ କାର୍ଯ୍ୟାଳୟକୁ ଆସିଥିବା ଜଣେ ବୃଦ୍ଧାଙ୍କୁ ଆବଶ୍ୟକ ପ୍ରଦାନ କରି ୨ ଜଣ କର୍ମଚାରୀ ସେମାନଙ୍କ ମାନବିକତାର ପରିଚୟ ଦେଇଛନ୍ତି. ଯାହାକି କାଶୀନଗର ତହସିଲଦାର କାର୍ଯ୍ୟାଳୟଟି ଗ୍ରାମର ଉପର ମୁଣ୍ଡରେ ରହିଛି. ଏହି କାର୍ଯ୍ୟାଳୟଟି କାଶୀନଗର ଫୋରେଷ୍ଟ ଛକ ଠାରୁ ଅଧା କିମି ଦୂରରେ ରହିଛି. ତହସିଲ କାର୍ଯ୍ୟାଳୟକୁ ଜଣେ ବୃଦ୍ଧ କୌଣସି ଏକ କାର୍ଯ୍ୟରେ ଗତକାଲି ଆସିଥିଲେ. ବର୍ତ୍ତମାନ ଅକଟୋବର ମାସରେ ମଧ୍ୟ ବୈଶାଖର ପ୍ରବଳ ଖରା ଯୋଗୁ ଶୀତ ଦିନ ପରିବେଶ ପ୍ରବେଶ ହେବା ବଦଳରେ ପ୍ରକୃତି ବଦଳି ଯାଇଛି. ପ୍ରଚଣ୍ଡ ଖରା ଅନୁଭୂତ ହୋଇଥିବା ଯୋଗୁ କାର୍ଯ୍ୟାଳୟକୁ ଆସିଥୁବା ବୃଦ୍ଧଙ୍କ ସ୍ଥିତି ଭୀଷଣ ଖରା ଯୋଗୁ ଅତ୍ୟନ୍ତ ଅସୁସ୍ଥ ପରିଲକ୍ଷିତ ହୋଇଥିଲା. ଏହି ବୃଦ୍ଧଙ୍କୁ ଦେଖି ଉକ୍ତ କାର୍ଯ୍ୟାଳୟର ସେକ୍ସନ ଅଫିସର ସିମାଞ୍ଚଳ ପତିତ ଓ ଜଣେ ମହିଳା କର୍ମଚାରୀ ତତ୍‌କ୍ଷଣାତ ବୃଦ୍ଧଙ୍କ ପାଖକୁ ଯାଇ ପ୍ରଥମେ ଫ୍ୟାନ ରହିଥିବା ଜାଗାରେ ଏକ ଚେୟାରରେ ବସାଇବା ସହ ତାଙ୍କୁ କେଉଁ କାର୍ଯ୍ୟରେ ଆସିଛନ୍ତି ପଚାରି ବୁଝିଥିଲେ. ପରେ ତାଙ୍କୁ ଓଆରଏସର ଥଣ୍ଡା ପାନୀୟ ଦେଇ ତାଙ୍କ କାର୍ଯ୍ୟ ଯେତେ ଶୀଘ୍ର ହେବ ସେ ନେଇ ପଦକ୍ଷେପ ଗ୍ରହଣ କରି ବୃଦ୍ଧାଙ୍କ କାର୍ଯ୍ୟକୁ ସମାପନ କରିଥିଲେ. ଏଭଳି ଦୃଶ୍ୟ ଓ ୨ ଜଣ କର୍ମଚାରୀଙ୍କ ଉଦାର ମାନବିକତା କାର୍ଯ୍ୟକୁ ଦେଖି ତହସିଲ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଆସିଥିବା ବ୍ୟକ୍ତିବିଶେଷ ଓ ତହସିଲର ସମସ୍ତ କର୍ମଚାରୀ ସାଧୁବାଦ ଜଣାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ