କାଶୀନଗର ପ୍ରେସ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ପ୍ରେସ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି | କ୍ଳବ ସଭାପତି ହୃଷିକେଶ ଗୌଡ଼ଙ୍କ ଅଧକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମାବେଶକୁ ଉଦ୍ଘାଟନ କରିଥିଲେ | ସମ୍ମାନିତ ଅତିଥି ରୂପେ ଆଇ.ଆଇ.ସି ସୁଶାନ୍ତ ସାହୁ, ବିଡ଼ିଓ ଡଃ.ଵୃଷକେତୁ ଦାସ, ଶ୍ରୀରାମ ଡିଗ୍ରୀ କଲେଜ ଓ ଜୁନିଅର କଲେଜ ଅଦକ୍ଷ ନବକୃଷ୍ଣ ସାହୁ ପ୍ରବୃତି ମଞ୍ଚାସିନ ହୋଇଥିଲେ | ପ୍ରେସ ସ୍ୱାଧୀନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ଅନ୍ୟମାନଙ୍କ ଭିତରେ ସେବାର ସମ୍ପାଦକ କେ.ରାମାରାଓ, ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ପ୍ରଭୃତି ପ୍ରେସ ସମ୍ପର୍କରେ ଆଲୋଚନା କରିଥିଲେ | ପ୍ରେସକ୍ଳବର ଉପଦେଷ୍ଠା କବି ପ୍ରଶାନ୍ତ ମିଶ୍ର ସମାବେଶରେ ଉଦ୍ବୋଧନ ଦେଇଥିବା ବେଳେ କ୍ଳବ କର୍ମକର୍ତା ରାଜେଶ କୁମାର ପଟ୍ଟନାୟକ, ମନୋଜ କୁମାର ଚୌଧୁରୀ, ସିମାଞ୍ଚଳ ମହାରଣା, ଟି.କ୍ରୀଷ୍ଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସ୍କୁଲ କଲେଜ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ପ୍ରଭାକର ରେଡି ଏଥିରେ ସହାୟକ କରିଥିଲେ | ବିଭିନ୍ନ ରାଜନେତା ବୁଦ୍ଧିଯିବି ଓ ସଚେତନ ନାଗରିକ ସମାବେଶରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଳବର ଲୋଗ ଉନ୍ମୋଚିତ ହେବ ସଙ୍ଗେ ସଙ୍ଗେ କୋରନାରେ ମୃତ୍ୟୁ ବରଣ କରିଥିବା ଗଜପତିର ଦୁଇଜଣ ବିଶିଷ୍ଟ ସାମ୍ବାଦିକ ସି.ଏଚ ରତ୍ନମ ଓ ନବୀନାନନ୍ଦ ଗନ୍ତାୟତଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ କ୍ଳବ ସମ୍ପାଦକ ଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |


