କାଶୀନଗର ବ୍ଲକରେ ମରୁଡ଼ି ସ୍ଥିତି ବଡ଼ ଗମ୍ଭୀର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ମଗୁଡି ପ୍ରଭାବିତ ପଞ୍ଚାୟତମାନ ବୁଲି ଦେଖୁଲେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ। କାଶୀନଗର ଅଞ୍ଚଳରେ ପ୍ରାୟ ରଞ୍ଜନ ପ୍ରଧାନ I ହେକ୍ଟର ଜମିରେ ଧାନ ଚାଷ କରାଯାଉ ଥବା କୃଷି । କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଏହି ବ୍ଲକରେ ପ୍ରାୟ ଦୁଇ ମାସ ହେଲା ବର୍ଷା ଉଭାନ ହୋଇଯାଇ ଥିବା ବେଳେ ଅଞ୍ଚଳର ଚାଷ ଓ ଚାଷୀମାନଙ୍କ ଅବସ୍ଥା ଭାରି ଚିନ୍ତାଜ ଜନକ ହୋଇ ପଡିଛି । ବ୍ଲକରେ ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଧାନ ଓ କପା ଚାଷ କରିଥିବା ଜମିମାନ ଫାଟି ଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଜଳସେଚନ ସୁବିଧା ନଥୁବାରୁ ସେମାନେ ବର୍ଷାକୁ ହିଁ ଚାହିଁ ବସିଛନ୍ତି I ଚାଷୀମାନଙ୍କ ଜମିର ଏହି ଅବସ୍ଥା ଦେଖୁ ଜିଲ୍ଲାପାଳ ରାଜ୍ୟ କୃଷି ଅଧିକରୀଙ୍କ ସହ ଯୋଗାଯୋଗ କରି ଏହି ଅଞ୍ଚଳ ପରିଦର୍ଶନ କରି ସେମାନଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେଥିପାଇଁ ଦୃଷ୍ଟି ଦେବାକୁ ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ପରିଦର୍ଶନର ଠିକ ପରଦିନ ରାଜ୍ୟ ସରକାରୀ କୃଷି ବିଭାଗର ଅତିରିକ୍ତ କୃଷି ନିର୍ଦ୍ଦେଶକ ଟଙ୍କଧର ସାହୁ ନିଜ ଟିମ୍ ଧରି କାଶୀନଗରବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଯେଉଁ ପଞ୍ଚାୟତମାନଙ୍କରେ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନେ ଏହି ଅଞ୍ଚଳମାନଙ୍କରେ କମ ଦିନରେ ଉତ୍ପାଦନ ହେଉଥିବା ଛୋଟ ଧାନ ଚାଷ କଲେ ଭଲ ହେବ ଏବଂ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ଏକ ଲଘୁଚାପ ଜନିତବର୍ଷା ହୁଏ କିନ୍ତୁ ଏ ବର୍ଷ ସେମିତି ହେଲା ନାହିଁ ଯାହା ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇ ଥିବା କହିଛନ୍ତି । ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ସହ ମରୁଡି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ସେଠାରୁ କୋଡିଗାଁ ଗ୍ରାମଠାରେ ଥୂବା ବୃହତ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଓ ଅତିରିକ୍ତ କୃଷି ନିର୍ଦେଶକଙ୍କ ମରୁଡି ଅଞ୍ଚଳ ପରିଦର୍ଶନ ସମୟରେ ବ୍ଲକ ଅଧ୍ଯକ୍ଷା ବାଲା ସାଇ ଅଜ୍ଞା, ସ୍ଥାନୀୟ ବିଡିଓ ଅନୁପ ପଣ୍ଡା, ସିଆଳି ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ, କୀଡୀଗାଁ ସରପଞ୍ଚଙ୍କ ସହ ସ୍ଥାନୀୟ କୃଷି ଅଧୂକାରୀ ପିରୋଜ ଆରାଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।