ବିଶିଷ୍ଟ ସମବାୟବିତ ବାଲା ଧନଞ୍ଜୟଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଜିଲ୍ଲା ସ୍ତରୀୟ ମହୋତ୍ସବରେ ବାଲା ଧନଞ୍ଜୟଙ୍କୁ ସମ୍ବନ୍ଧିତ ଓ ସମ୍ମାନୀତ କରାଯାଇଛି। ଗଜପତି ଜିଲ୍ଲା ସଦର ମହକୁମ ପାରଳାଖେମୁଣ୍ଡି ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ରେ ହୋଇଥିବା ଜିଲ୍ଲାସ୍ତରୀୟ ମହୋତ୍ସବ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ବାଲା ଧନଞ୍ଜୟଙ୍କୁ ବିଶିଷ୍ଟ ସମବାୟବିତ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇ ବାଲା ଧନଞ୍ଜୟଙ୍କୁ ପୁଷ୍ପଗୁଚ୍ଛ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ବନ୍ଧିତ କରି ସମ୍ମାନିତ କରିଛନ୍ତି । ଏହି ସମ୍ବନ୍ଧିତ ଓ ସମ୍ମାନିତ ଉତ୍ସବ ସୂବରେ ହରିହର ସେଠ ସ‌ହକାରୀ ନିବନ୍ଧକ, ପ୍ରତୀକ ପଣ୍ଡା ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ନାବାର୍ଡ଼ ଗଜପତି, ଭକ୍ତେଶ୍ୱର ମଲ୍ଲିକ ସମ୍ପାଦକ ବ୍ରହ୍ମପୁର ସମବାୟ ବ୍ୟାଙ୍କ, ଜ୍ଞାନରଞ୍ଜନ ମାଝୀ ଡେପୁଟି କଲେକ୍ଟ ପ୍ରମୁଖ ଉପସ୍ଥିତ ରହି ରହିଥିଲେ। କାର୍ଯ୍ୟକ୍ରମରେ ଚାର୍ଯ୍ୟକ୍ରମରେ ବହୁ ଚାଷୀ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧି ଜୀବୀ ଗଣମାଧ୍ଯମ ପ୍ରତିନିଧ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ