କାଶୀନଗର ବ୍ଲକରେ 5-ଟି ହାଇସ୍କୁଲରେ ଆଭାସୀ ମାଧ୍ୟମରେ ରୂପାନ୍ତରଣ ଲୋକାର୍ପିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡା ଓ କୀଡୀଗାଁ ଠାରେ ଥିବା ହାଇସ୍କୁଲ ଫାଇବ ଟି ଅଧୀନରେ ରୂପାନ୍ତରିତ ହୋଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଛି. ଗଜପତି ଜିଲ୍ଲା ର 28ଟି ରୂପାନ୍ତରିତ ହାଇସ୍କୁଲ ମଧ୍ୟରୁ କାଶୀନଗର ବ୍ଲକର ଦୁଇଟି ହାଇସ୍କୁଲକୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ବି ଡି ଓ ଅନୁପ କୁମାର ପଣ୍ଡା, ଅତିରିକ୍ତ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସରପଞ୍ଚ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ଯୋଗେ ଉଦ୍ଘାଟନ କରିବା ପରେ ଲୋକାର୍ପିତ ହୋଇଥିଲା. ହାଇସ୍କୁଲ ରୂପାନ୍ତରିତ ହେବା ପରେ ଏଠାରେ ଇ ଲାଇବ୍ରେରୀ, ଇ ଲାବୋରାଟୋରୀ, ଆଧୁନିକ ଜ୍ଞ୍ୟାନ କୌଶଳ ରେ ଶିକ୍ଷା ପ୍ରଦାନ କରିବା ବ୍ୟବସ୍ତା ଥିବା ସ୍ଥାନୀୟ ବି ଡି ଓ ଶ୍ରୀ ପଣ୍ଡା କହି ଛାତ୍ର ଛାତ୍ରୀ ମାନେ ଏହାର ସଦ ଉପଯୋଗ କରି ଭଲ ପାଠ ପଢି ଆଧୁନିକ ଜ୍ଞ୍ୟାନ ଶିକ୍ଷା କରିବାକୁ କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ