କାଶୀନଗର ଶିଶୁ ଅପହରଣ ଘଟଣାର ହୋଇଛି ପରଦାଫାସ

କାଶୀନଗର,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ସହର ଠାରେ ଗତ ୧୬/୧୨ ତାରିଖରେ ଏକ ଚାଞ୍ଚଲ୍ୟକର ପିଲା ଅପହରଣ ଘଟଣାର ମୁଣ୍ଡ ଜାମିନ ହୋଇଥିବା ପୋଲିସ ଆଜି ତାହାର ପରଦାପାସ କରି ସାମ୍ବାଦିକ ସମ୍ମିଳନୀ ରେ ବିସ୍ଥୁତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ତପନ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।କାରିମି ଚୈତନ୍ୟ,ଗୁନାପୁ କଲ୍ୟାଣ କୁମାର,କାଶିନଗର ଗ୍ରାମ ନିବାସୀ ଆଉ ଜଣେ ନାବାଳକ,ଏମାନେ ହେଲେ ମୁଖ୍ୟ ଅପହରଣ କାରୀ ଏମାନଙ୍କ ସହଯୋଗ କାରୀ ପ୍ରଶାନ୍ତ ଲିମା (କୋଲା)ବିନୋଦ ଲିମା,(କଲା )ରବି ମାଛ (କଲା )ଯାକବ ମିଶଲ (ହରିପୂର ),ପୂର୍ଣଚନ୍ଦ୍ର ସୌରା (କଲା)ଏମାନଙ୍କୁ ଥାନା କେସ ନମ୍ବର ୧୨୨/୨୦ ଧାରା ୩୬୩/୩୪ /୧୬/୧୨/୨୦୨୦ ଆଇ ପି ସି ଆଧାର ରେ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ସେମାନ ଙ୍କ ଠାରୁ ୨,୨୧,୨୦୦ ଟଙ୍କା,କାର ସହିତ ୫ ଟି ବାଇକ ,୮ ଟି ମୋବାଇଲ, ନିଶ୍ଚେତକ ଔଷଧ ୨ଟି ଶିଶି ସହ ଗୋଟିଏ ରୁମାଲ ଓ ଗୋଟିଏ ଚେନ ଲାଗିଥିବା ତାଲା ଜବତ କରିଛି ।ଏହି ସମ୍ବେଦନ ଶୀଳ ଘଟଣାର ପର୍ଦଫାସ କରିବା ପାଇଁ ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟ ବ୍ରତ ଭୋଇ ଙ୍କ ନିର୍ଦ୍ଧେଶ କ୍ରମେ ୨ଟି ଟିମ ଗଠନ କରା ଯାଇଥିଲା ।ଏହି ଟିମିରେ ଗଜପତି ଏସ ପି ତପନ କୁମାର ପଟ୍ଟନାୟକ ,ଅତିରିକ୍ତ ଏସ ପି ସୀତାରାମ ଶତପଥୀ ,ଏସ ଡି ପି ଓ ରାମ କୃଷ୍ଣ ପତି ,ପାରଳାଖେମୁଣ୍ଡୀ ଆଇ ଆଇ ସି ବିବେକାନନ୍ଦ ସ୍ବାଇ ଓ କାଶୀନଗର ଆଇ ଆଇ ସି ସୁଶାନ୍ତ କୁମାର ସାହୁ ରହି ଅଭିଯୁକ୍ତ ଙ୍କୁ ଧରି ବାରେ ସକ୍ଷମ ହୋଇଥିଲେ। ସାମ୍ବାଦିକ ଙ୍କ ପ୍ରଶ୍ନ ରେ ସୂଚନା ଦେଇଥିଲେ ଯେ ମୁଖ୍ୟ ଅଭିଯୁକ୍ତ ଙ୍କୁ ନିଶ୍ଚେତକ ଔଷଧ ଶୁଙ୍ଘାଇ ଅପହରଣ କରିଥିଲେ,୨ ଦିନ ପରେ ଅର୍ଥାତ ୧୮/୧୨/୨୦ ତାରିଖ ରେ ଅପହୃତ ବାଳକ ର ପିତା ଙ୍କ ଏକ ପରିତ୍ୟକ୍ତ ଗୋଦାମ ଗୃହରୁ ଉଧାର କରିଥିବା ଏସ ପି ଙ୍କ ଠାରୁ ପ୍ରକାଶ । ଏହି ଅପହରଣ ଘଟଣା ପାଇଁ ୫୦ ଲକ୍ଷ ଡିମାଣ୍ଡ କରିଥିବା ବେଳେ ୭ଲକ୍ଷ ୫୦ ହଜାର ଟଙ୍କା କୁ କଥା ଛିଣ୍ଡି ହରିପୂର ନିକଟ ଜଙ୍ଗଲ ଠାରେ ଟଙ୍କା କାରବାର ହୋଇଥିଲା,ଏ ସମସ୍ତ ଘଟଣା କୁ ଭିତ୍ତି କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ