କାଶୀନାଥ ଵୈଦ୍ଯସଂଘର ବୈଠକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):କାଶୀନାଥ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖ ଯୋଗାଶ୍ରମ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସଦସ୍ୟ ପ୍ରଶାନ୍ତ ନିଳୟ ମହାକୁଡ଼ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଲଳିତ ମହାନ୍ତ ଏବଂ ମୁଖ୍ୟବକ୍ତା ଯୁଗଳ କିଶୋର ମହାନ୍ତ ଯୋଗ ଦେଇ ବୈଦ୍ୟ ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଵେଦ୍ଯ ମାନଙ୍କୁ ସରକାର ଚିହ୍ନଟ କରିବା ସହ ସେମାନଙ୍କ ମୌଳିକ ଦାବି ଉପରେ କର୍ଣ୍ଣପାତ କରୁ ନାହାନ୍ତି । ବାମନଘାଟୀ ଉପଖଣ୍ଡରେ ଶହେ ଏକରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଫାର୍ମ କରି ବିଲୁପ୍ତ ହେଉଥିବା ଔଷଧୀୟ ବୃକ୍ଷ ରୋପଣ କରିବା,ଵୈଦ୍ଯମାନଙ୍କୁ ଔଷଧ ନିର୍ମାଣ ପାଇଁ ଆବଶ୍ୟକୀୟ ହେଉଥିବା ପ୍ରୋତ୍ସାହନ ରାଶି ଦେବା,ତାଲିମ ଦେବା ପାଇଁ ସରକାର ବିହିତ ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ ।ସଂପାଦକ ସୁଧୀର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ ।ବୈଠକରେ ଆଗାମୀ ଜୁଲାଇ ୩୧ ତାରିଖ ଦିନ ରାଇରଙ୍ଗପୁର ବନାଞ୍ଚଳରେ ବିକ୍ରମ ପୁରରେ ଏକ ଏକର ଜମିରେ ୬୫୦ ଟି ଔଷଧୀୟ ବୃକ୍ଷ ରୋପଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ଵୈଠକରେ ଵୈଦ୍ଯରାଜ ବଂଶୀଧର ମହାକୁଡ଼,ମୁକ୍ତାର ହୋସେନ, ଲକ୍ଷ୍ମୀଧର ଲୋହାର, କାର୍ତ୍ତିକ ମହାନ୍ତ,ଦୁଖୀଶ୍ଯାମ ହାଁସଦା,ଭୀମଚରଣ ମହାକୁଡ଼,,ସାକିଲା ହାଁସଦା, ସେକ୍ ସରିଫୁଦ୍ଦିନ ,ଚନ୍ଦନ ପାତ୍ର,ଫାଗୁରାମ ମାଝୀ, ବିଭୀଷଣ ମହାନ୍ତ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।ତାପସ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।


