କାଶୀପୁର ସରମବାଇ ଗ୍ରାମ ନିକଟ ପାହାଡ଼ରେ ବଜ୍ରାଘାତରେ ୩୦ ମଇଁଷି ମୃତ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୂରଘାଟି ପଞ୍ଚାୟତର ସରମବାଇ ଗାଁ ନିକଟର ପାହାଡ଼ ଉପରେ ବଜ୍ରାଘାତ ହେବାରୁ ୩୦ଟି ମଇଁଷିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସରମବାଇ ଗାଁରେ ଘଡ଼ଘଡ଼ି ବର୍ଷା ହୋଇଥିଲା। ଏହି ସମୟରେ ଗାଁ ମୁଣ୍ଡ ପାହାଡ଼ ଉପରକୁ ଚରିବା ପାଇଁ ଯାଇଥିବା ମଇଁଷି ପଲ ବର୍ଷା ଯୋଗୁଁ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଆଶ୍ରୟ ନେଇଥିଲେ। ତେବେ ହଠାତ୍ ବଜ୍ରଘାତ ହେବାରୁ ମଇଁଷି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଗୋରୁ ଗୁଡ଼ିକ ସରମବାଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କର ବୋଲି ଜଣାପଡ଼ିଛି। ଏକକାଳୀନ ସମସ୍ତ ମଇଁଷିର ମୃତ୍ୟୁ ହେବା ପରେ ପୂର୍ଣ୍ଣଚନ୍ଦ୍ର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ଘଟଣା ସମ୍ପର୍କରେ ରାଜସ୍ବ ବିଭାଗ ଅଧିକାରୀ ଏବଂ ଭିଏସ ପ୍ରମୁଖଙ୍କୁ ଅବଗତ କରାଯାଇଛି। ସକାଳେ ମୃତ ପଶୁ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ଆକଳନ କରା‌ଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ତୁରନ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ