କାଷ୍ଠ କୋଣାର୍କରେ ଶାମ୍ବ ଦଶମୀ ପାଳନ

ବୁଗୁଡା,(ଅନିଲ କୁମାର ମହାରଣା): ଓଡ଼ିଶାର ଦ୍ଵିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ଭାବେ ପରିଚିତ ବୁଗୁଡାର ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ପରମ୍ପରା ଅନୁସାରେ ଶାମ୍ବ ଦଶମୀ ଉପଲକ୍ଷେ ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା । ପୁରୋହିତ ଚିତ୍ତ ରଂଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ, ଶ୍ରୀକାନ୍ତ ମିଶ୍ର, ସୁବାଷ ଦାଶ, ରାମାନୁଜ ମହାପାତ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର, ଶିବପ୍ରସାଦ ଦାଶ, ଲମ୍ବୋଦର ଦାଶ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତାଭାବେ ମଠର ମହନ୍ତ ମହାରାଜ ଭକ୍ତରାମ ଦାସ ଯୋଗଦେଇଥିଲେ। ପ୍ରଭାତରୁ ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳ ଆରତୀ ହୋଇ ତ୍ରିକାଳ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତମାନେ ଆସି ମାନସିକ ପୂଜା କରିବା ସହ ମନ୍ଦିର ପରିସର ମଧ୍ୟରେ ଥିବା ବାମ୍ଫିର ପବିତ୍ର ଜଳକୁ ମସ୍ତକରେ ଲଗାଇଥିଲେ । ଜନସାଧାରଣଙ୍କ ବିଶ୍ୱାସ ଅଛି ଯେ ଶାମ୍ବ ଦାଶମୀ ଦିନ ଏହି ପବିତ୍ର ମନ୍ଦିରରେ ମାନସିକ ପୂଜା କଲେ ଦୁଃସାଧ୍ୟ ଚର୍ମରୋଗ ଭଲ ହୋଇଥାଏ। ଏହାକୁ ପାଥେୟ କରି ପ୍ରତି ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ