ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଘୁମୁସର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ତଥା ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଆଜି(ଶାମ୍ବ ଦଶମୀ ତିଥି ଅନୁସାରେ) ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଥାନୀୟ କୁଇ ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଜୟନ୍ତି ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ବିଡିଓ ବିଜୟ କୁମାର ପ୍ରଧାନ ଯୋଗଦେଇ ବନ୍ଧଛକ ସ୍ଥିତ ଶହୀଦ ବୀର ବିପ୍ଳବୀ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ କୁଇ ସମାଜର କର୍ମକର୍ତ୍ତା ଉଦେଶନ ପ୍ରଧାନ, ଶାନ୍ତନୁ ପ୍ରଧାନ,  ବିଦ୍ୟାଧର ପାଳ, ସୁଧିର ପ୍ରଧାନ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହାପରେ ଗାନ୍ଧୀଛକ ସ୍ଥିତ ମହାତ୍ମା୍ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦର୍ଶନ ବେହେରା, ଜ୍ଞାନରଞ୍ଜନ କର, ଏଲ ବୁଲିଆନ, ସୁରେଶ ପ୍ରଧାନ, ଦେବରାଜ ପ୍ରଧାନ, ନରୋତ୍ତମ ପ୍ରଦାନ, ଶୁଶାନ୍ତ ପ୍ରଧାନ, ଜିସିତ ପ୍ରଧାନ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ