କାୟାକଳ୍ପ ଟିମର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତ କାୟାକଳ୍ପ ଟିମର ଏକ ୬ ଜଣିଆ ସଦସ୍ୟ ସୋମବାର ବମକୋଇ ଏବଂ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ, ରୋଗୀସେବା ବ୍ୟବସ୍ଥ , ଔଷଧୀୟ ଉଦ୍ୟାନ ଆଦି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବିଭିନ୍ନ କ୍ଷେତ୍ରରେ ତୃଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବାରୁ ସେଗୁଡିକର ସୁଧାର ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଉପସ୍ଥିତ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ ଫେରିଥିବା ଜଣାପଡିଛି । ଏହି ଟିମରେ ରାଜ୍ୟ ଔଷଧ ପରିଚାଳନା ୟୁନିଟର ଯୁଗ୍ମ ନିର୍ଦ୍ଦେଶକ ଡା.ଶୁଭେନ୍ଦୁ ନାୟକ , ଏଡୋଲସେଣ୍ଟ ସ୍ୱାସ୍ଥ୍ୟ ପରାମର୍ଶଦାତା ଚନ୍ଦନେଶ ମିଶ୍ର, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ହୁ’ ର ସ୍ୱାସ୍ଥ୍ୟ ପରିଦର୍ଶକ ଡା.ପ୍ରାଞ୍ଜଳ ତାମୁଲି , ସହକାରୀ ପରିଚାଳକ ଆଶିଷ କୁମାର ମିଶ୍ର , ପ୍ରଦୀପ କୁମାର ସାହୁ , ଦିଲ୍ଲୀପ କୁମାର ପଣ୍ଡା ସାମିଲ ଥିବା ବେଳେ ବମକୋଇ ମେଡିକାଲ ସୁପରିନଟେଣ୍ଡେଣ୍ଟ ଡା.ବିଜୟ କୁମାର ନାୟକ, ଦିଗପହଣ୍ଡି ମେଡିକାଲ ଅଫିସର ଡା.ଶୁଭାଶିଷ ସାହୁ, ବିପିଏମ ଶୁଭେନ୍ଦୁ କୁମାର ଦାଶ, ବିଡିଏମ ଶୁଭାଶିଷ ପାତ୍ର , ପିଏଚଇଓ ଅନିତା ପ୍ରଧାନ, ବିଏଏମ୍ ପ୍ରଶାନ୍ତ ସେଠୀ, ଲ୍ୟାବ ଟେକନିସିଅନ ସୁଦର୍ଶନ ଗୌଡ, ଜୁନିୟର ଆସିଷ୍ଟାଣ୍ଟ ରବି ପ୍ରସାଦ ପାତ୍ର, ଏସଟିଏସ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗ ଓ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରାଇଥିଲେ ।


