ଘରୁ ସୁନା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ହାଟପଦା ଛକ ନିକଟରେ ଥିବା ୨ ଟି ଘରୁ ସୋମବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ ଥିବା ସୁନା,ଟଙ୍କା, ଲୁଗା ପଟା ଲୁଟି ନେଇଛନ୍ତି ଦୁର୍ବୃତ୍ତ l ପ୍ରକାଶ ଯେ ହାଟପଦା ଗ୍ରାମର ଜି.ସିମାଦ୍ରି ଦୋରା ଘରେ କେହି ନଥିବା ଓ ଆର୍.ମଲ୍ଲି ଦୋରା ଘରେ ନଥିବା ବେଳେ ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି l ଜି. ସିମାଦ୍ରି ଦୋରାଙ୍କ ଘରୁ ଲୁଗା, କଂସା ସାମାନ ସହ ଆର୍.ମଲ୍ଲି ଦୋରା ଙ୍କ ଘର ତାଲା ଭାଙ୍ଗି ଘରେ ଥିବା ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି l ଏନେଇ ଉଭୟ ଜି.ସୀମାଦ୍ରି ଓ ଆର.ମଲ୍ଲି ଦୋରା ପାଟପୁର ଥାନାରେ ପହଞ୍ଚି ଏତଲା ଦେବା ପରେ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ