କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଓଡିଶାରେ ଲଗାମଛଡା ହୋଇ ବିଜେଡି ପାଇଁ କାମ କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ କିଛି ନିର୍ଦ୍ଧିଷ୍ଟ ଅଧିକାରୀ ଓଡିଶାରେ ଲଗାମଛଡା ଅବସ୍ଥାରେ ଅଛନ୍ତି । ସବୁ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଜନୈତିକ କର୍ମୀ ଭାବେ କାମ କରୁଛନ୍ତି । ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ନେଇ ଭୟ ଓ ଆଶଙ୍କା ଦେଖାଯାଇଛି । ବୁଥ ଗୁଡିକରେ କିପରି ଲୁଟ୍ କିମ୍ବା ଆତଙ୍କରାଜ ପରିସ୍ଥିତି ସୃଷ୍ଟି ନହେବ ତା’ ଉପରେ ଦୃଷ୍ଟି ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଗଞ୍ଜାମ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଚିକିଟି ବିଧାନସଭାରେ ସ୍ଥାନୀୟ ପ୍ରଶାସନ ସହାୟତାରେ ଶାସକ ଦଳର ବନ୍ଧୁମାନେ ଆତଙ୍କ ଚଲେଇ ଆସୁଥିବାର ଦେଖାଯାଇଥିଲା । ଯେଉଁଥିରୁ ରାଜ୍ୟରେ ଆଇନଶୃଙ୍ଖଳା ନଥିବା ଅନୁମାନ କରାଯାଉଛି । ପରେ ଗତକାଲି ଗଞ୍ଜାମ ଗସ୍ତରୁ ଫେରିବା ପରେ ମଧ୍ୟ ଏହି ବାବଦରେ ସିଇଓଙ୍କୁ ସାକ୍ଷାତ କରି ଦଳ ପକ୍ଷରୁ ଅବଗତ କରାଯାଇଥିଲା । ବିଜେପି ସଦସ୍ୟମାନେ ଡିଜିପିଙ୍କୁ ଭେଟି ମଧ୍ୟ ଏ ବିଷୟରେ ଅବଗତ କରିଛନ୍ତି । ପୁନର୍ବାର ଏ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇ ସ୍ଥାନୀୟ ସ୍ତରରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ତତ୍ୱାବଧାନରେ ବୁଥ ଗୁଡିକରେ ଲୁଟ କିମ୍ବା ଆତଙ୍କରାଜ ପରିସ୍ଥିତି ନହେବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ସେହି ରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ନେଇ ସିଇଓଙ୍କୁ ଫେରାଦ ହେବା ପ୍ରଶ୍ନରେ କହିଛନ୍ତି ଯେ ଗଞ୍ଜାମ, କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡାରେ ସରକାରୀ ଅଧିକାରୀଙ୍କୁ ଡର ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଆସିଥିଲେ । କାଳିଆ ଶାସକ ଦଳ ପାଇଁ କାଳ ହେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉଭୟ ବଜେଟରେ ଟଙ୍କା ଓ ତାଲିକା ଅଛି । ମାତ୍ର କାଳିଆ ଯୋଜନାରେ ଏହି ବ୍ୟବସ୍ଥା ରାଜ୍ୟ ସରକାର କରିନାହାନ୍ତି । କେବଳ ଓଡିଆ ଲୋକଙ୍କୁ ଭୂଆଁ ବୁଲେଇବା ଓ ପ୍ରଚାର ସର୍ବସ୍ୱ ଯୋଜନା । କାଳିଆ ଯୋଜନାର କିଏ ଟଙ୍କା ପାଇଛନ୍ତି ଆଉ କିଏ ଟଙ୍କା ପାଇବ ତାଲିକା ସାର୍ବଜନୀନ ରାଜ୍ୟ ସରକାର କରିନାହାନ୍ତି । କାଳିଆ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ପରିବାର ତାଲିକାରେ ଗଣମାଧ୍ୟମ ଦେଖାଇବା ପରେ ଏହାକୁ ସରକାର ହଟାଇ ନେଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟ ସରକାର ତାଲିକା କାହିଁକି ଦେଉନାହାନ୍ତି । ୫ ଏକରରୁ କମ ଥିବା ୪୫ ଲକ୍ଷ ଓଡିଶାର ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇପାରିବ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ