କିନ୍ନର ଅଧିକାର ସମ୍ପର୍କିତ କର୍ମଶାଳା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସ୍ଥାନୀୟ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସ୍ଥାନୀୟ ଅଂଚଳର କିନ୍ନର ମାନଙ୍କୁ ନେଇ ଏକ କିନ୍ନର ଅଧିକାର ସମ୍ପର୍କିତ କର୍ମଶାଳା ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ହିଂଜିଳିକାଟୁ ଜେଏମଏଫସି ନ୍ୟାୟଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ୱାଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କମିଟି ସଭ୍ୟ ଦ୍ୱୀତିକୃଷ୍ଣ ସାବତ, ଭୂବନେଶ୍ୱର ନାହକ ପ୍ରମୁଖ ମଂଚାସିନ ଥିଲେ । ସରକାରଙ୍କ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଯୋଜନା ମାଧ୍ୟମରେ କିନ୍ନର ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନେ କିଭଳି ଅଧିକ ଉତ୍ସାହିତ ହୋଇ କାମକରିପାରିବେ ସେ ନେଇ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କିନ୍ନର ମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପୌରାଂଚଳ ମଧ୍ୟରେ ଏକ ବାସଗୃହ ଯୋଗାଇଦେବାକୁ ଅଂଚଳର କିନ୍ନର ମାନେ ମଂଚାସିନ ଅତିଥି ବୃନ୍ଦଙ୍କୁ ଅନୁରୋଧ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବି ଇଙ୍କୁ ପଟ୍ଟନାୟକ, ଜଗତମୋହନ ସାହୁ, ବଂଶୀଧର ସାହୁ, ଶାନ୍ତୁନୁ ପୋଲାଇ, ସୁଶାନ୍ତ ପାଣିଗ୍ରାହୀ, ହିଂଜିଳି ମଣ୍ଡଳ କିନ୍ନର ସଭାପତି ଶାନ୍ତି ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ, ଅରବିନ୍ଦ ପଣ୍ଡାଙ୍କସମେତ ବହୁ ଓକିଲ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ