କିପରି ବଦଳାଇବେ ଭାଗ୍ୟ
ସାଧାରଣତଃ ଆମେ ସବୁ ସମୟରେ ଆମେ ଭାଗ୍ୟକୁ ଦୋଷ ଦେଇଥଖାଉି କିନ୍ତୁ ପ୍ରକୃତରେ ଭାଗ୍ୟ ବୋଲି ସେପରି କିଛି ନାହିଁ । ଏହା ସତ୍ୟ ଯେ ପୁର୍ବ ଜନ୍ମ ଅଛି ଏବଂ ଆମେ ଭୋଗ କରୁଛେ ସେହି ପ୍ରରୋଦ୍ଧ କିନ୍ତୁ ଆମେ ଚାହିଁଲେ ଏ ଜନ୍ମର ସଞ୍ଚିତ କର୍ମ ଦ୍ୱାରା ପ୍ରରୋଦ୍ଧରକୁ କ୍ଷୟ କରି ଅତିବାହିତ କରିପାରିବା ଏକ ସୁନ୍ଦର ଜୀବନ । ଏଠାରେ ପ୍ରଶ୍ନ ଉଠେ କିପରି ହେବା ଉଚିତ ସଂଚିତ କର୍ମ .. ମିଛ ମାୟାରେ ସଂସାର ସବୁ ମାୟାରେ ବାୟା । ମାୟା ମୋହରେ ଅନ୍ଧ ହୋଇ ଦ୍ୱେଷ,ଇର୍ଷା , ଲୋଭ , ମୋହ, ଇର୍ଷା , ଲୋଭ , କ୍ରୋଦ୍ଧ,ଅହଂକାର ଓ ସ୍ୱାର୍ଥ ଇତ୍ୟାଦିକୁ ଅହରଣ କରିବା ଦ୍ୱାରା ଆମେ ପାଇଥାଉ ସାମୟିକ ସୁଖ । କିନ୍ତୁ ସମୟର ଗତିରେ ଭବିଷ୍ୟତରେ ପାଉ ଅନେକ ଦୈହିକ ଓ ମାନସିକ କଷ୍ଟ ଯାହାକି ପ୍ରକାଶ କରିବା ମଧ୍ୟ କଷ୍ଟ । ଏହି ଦୁଃଖ, କଷ୍ଟ, ଗ୍ଲାନି, ସମସ୍ୟା,ବହୁଳ ଜୀବନରୁ ଉଦ୍ଧାର ପାଇବା ପାଇଁ ଡାକନ୍ତୁ ତ ସେହି ପରମ ପିତାଙ୍କୁ ଯିଏକି ପ୍ରତ୍େୟକ ସ୍ଥାନରେ ଏବଂ ପ୍ରତି ମୁହୁର୍ତ୍ତରେ ଆମ ପାଖେ ପାଖେ ଅଛନ୍ତି । ଆମେ କିନ୍ତୁ ଆମ ପାଆନ୍ତାରେ ତାଙ୍କୁ ନଦେଖି ଅନାଦର ଓ ଅବାସ୍ତବ ପଛରେ ଗୋଡାଇ ଅଣନିଶ୍ୱାସ ହୋଇପଡୁଛେ । ଅତୀତ ଓ ଭବିଷ୍ୟତର ଦୋ ଛକି ମଧ୍ୟରେ ବନ୍ଧା ହୋଇ ବର୍ତ୍ତମାନକୁ ଭୁଲି ଯାଉଛେ ଯାହାକି ଆମ ନିଜର । କେତେ ଦିନ ଏପରି ଘୁରି ବୁଲିବା । ଚେତନା ହେବ ଜାଗ୍ରତ । କସ୍ତୁରି ମୃଗ ପରି ଘୁରି ଘୁରି ନିଜ ହୃଦୟର ସୁଗନ୍ଧକୁ ଜାଣିନପାରି ଧ୍ବସାଂଭିମୁଖୀ ହେବାକୁ ଯାଉଛେ । ଏବା ବଡ ଚିନ୍ତା ର ବିଷୟ ବିଶେଷ କରି ଯୁବପିଢି ପାଇଁ ଜୀବନରେ ଦୟା ସେବା , କ୍ଷମା , ପ୍ରେମ , ଅନ୍ୟ ର ମଙ୍ଗଳ ଚିନ୍ତା ବଚନରେ ମଧୁରତା ସୁବ୍ୟବହାର ଆଦି ସୁଗୁଣମାନ ଧାରଣ କରି ଇଶ୍ୱରଙ୍କ ପ୍ରତି ନିଷ୍ଠା ଓ ଏକାଗ୍ରତା ରଖି କତ୍ତବ୍ୟ କରନ୍ତୁ ଆର୍ଶିବାଦ କରିେବେ ପ୍ରଭୁ
