କିମ୍ସ ଡାକ୍ତରଖାନା ପକ୍ଷରୁ ସଚେତନତା ସହ ମାଗଣା ସ୍ୱାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବାରଣାସୀ ମାଧ୍ୟାମିକ ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ବିଜୁ ସ୍ୱାସ୍ଥ୍ୟ ଯୋଜନା ଓଡିଶା ସରକାର ଙ୍କ ଦ୍ୱାରା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଠାରେ ରହିଥିବା ସୁପେର ସ୍ପେସିଆଲିଟି କିମ୍ସ ହସ୍ପିଟାଲ କୁ ରାଜ୍ୟ ସରକାର ଅଧିକୃତ ହସ୍ପିଟାଲ ଭାବେ ନେଇଛନ୍ତି । ଏହି ହସ୍ପିଟାଲ କାଶୀନଗର ଠାରୁ ୭୫ କିମି ରାସ୍ତା ଅଟେ | ଗଜପତି ଜିଲ୍ଲାର ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବହୁ ଲୋକ ଏହି ହସ୍ପିଟାଲ ଉପରେ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି। କାଶୀନଗର ଏନ୍ଏସିଉପାଧକ୍ଷ ରଘୁରାମ ସାହୁଙ୍କ ସହଯୋଗ କ୍ରମେ ଆଜି ଏକ ଡାକ୍ତରୀ ଦଳ କାଶୀନଗର ଠାରେ ପହଂଚିଥିଲେ | ଆଜିର ଏହି ସ୍ୱାସ୍ଥ୍ୟ ମେଳା ତଥା ସଚେତନ କର୍ମଶାଳା ଶିବିରକୁ ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ ଯୋଗ ଦେଇ ଉଦଘାଟ୍ସନ କରିଥିଲେ ଓ ତାଙ୍କ ସହ ରକମ ରାଜପ୍ରାସାଦ, ସମାଜ ସେବୀ ହୃଷୀକେଶ ଗଉଡ, କାଶୀନଗର ନାଗରିକ ମଞ୍ଚର ସଭାପତି ପ୍ରଶାନ୍ତ ମିଶ୍ର, ସାମ୍ବାଦିକ ଆନନ୍ଦ ପାତ୍ର ଓ ରାଜେଶ ପଟ୍ଟନାୟକ ଉପସ୍ଥିତ ଥିଲେ ।ଏଠାରେ ହୃଦ, ଚର୍ମ, ସ୍ତ୍ରୀ ଓ ପ୍ରସୂତି, ଅସ୍ଥିଶଲ୍ୟ ବିଭାଗ ର ଡାକ୍ତର ଓ କର୍ମଚାରୀ ଯୋଗ ଦେଇ ବିନା ମୂଲ୍ୟରେ ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ | ବିଜୁ ସ୍ୱାସ୍ଥ୍ୟ କାର୍ଡ ଧାରୀ କିଭଳି ଏହି ସୁବିଧା ପାଇବେ ସେ ନେଇ ବକ୍ତା ମାନେ ଓ ହସ୍ପିଟାଲ କତୃପକ୍ଷ ବିସ୍ତୃତ ଭାବେ ବୁଝାଇଥିଲେ। ଏନ୍ ଏ ସି ଉପାଦକ୍ଷ ରଘୁରାମ ସାହୁ ନବୀନ ପଟନାୟକଙ୍କ ଐତିତିହାସିକ ଯୋଜନା ଯୋଗୁଁ ବହୁ ଗରିବ ପରିବାର ଓ ସ୍ତ୍ରୀ ଲୋକ ମାନେ ଏହି ସୁବିଧାଉଠାନ୍ତୁଓଆଜିରଏହିଶିବିରଆୟୋଜନ ଦ୍ୱାରା ଲୋକେ ଆହୁରି ସଚେତନ ହୋଇପାରିବେ ବୋଲି ସେ କହିଛନ୍ତି ଏବଂ ଶିବିରକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ପହଞ୍ଚି ସମସ୍ତ ଚାମ୍ବର ପରିଦର୍ଶନ କରି ଏହାକୁ ଆହୁରି ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ କରିବାକୁ ସୁପାରିଶ କରିଥିଲେ ଓ ଆସିଥିବା ସମସ୍ତ ବିଭାଗର ଡକ୍ଟର, କର୍ମଚାରୀମାନ ଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ