କିଶୋରୀ ମେଳା ଅନୁଷ୍ଠିତ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବିଜୁ ପଟନାୟକ ବାଳିକା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା କିଶୋରୀ ମେଳା ! ଏହି ମେଳା କୁକୁଡାଖଣ୍ଡି ସିଡିପିଓ ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ କେ କ୍ରିଷ୍ଣା କୁମାରୀ , ନିତ୍ୟାନନ୍ଦ ଦଳାଇ, କୁକୁଡାଖଣ୍ଡି ସିଡିପିଓ କୁସୁମୀ ମେଡ଼ମ , ଅଦଳ କ୍ଷେତ୍ରବାସୀ ମଂଚାସୀନ ଥିବା ବେଳେ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ ! ସିଡିପିଓ ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ! ସରକାର ଙ୍କ ପକ୍ଷରୁ କିଶୋରୀ ବାଳିକା ମାନଙ୍କ ପାଇଁ କଣ କଣ ସୁବିଧା ରହିଛି ସେ ବିଷୟରେ ଆଲୋକ ପାତ ସିଡିପିଓ ମାଡାମ ବୁଝାଇ କହିଥିବା ବେଳେ ଉପସ୍ଥିତ ଥିବା କିଶୋରୀ ମାନେ ସେହି ସୁବିଧା ପାଇ ପାରୁଛନ୍ତି ନା ନାହିଁ ପଚାରି ବୁଝିଥିଲେ ! ବାଳିକା ମାନଙ୍କ ବହୁ ଅସୁବିଧା ଥିଲେ ମଧ୍ୟ ରକ୍ତ ହୀନତା ମୁଖ୍ୟ ଥାଏ ! ତେବେ ତାହା କିପରି ଦୂର ହୋଇପାରିବ ସେ ନେଇ କେ କ୍ରିଷ୍ଣା କୁମାରୀ ବୁଝାଇ ଥିଲେ ! ତାସହ ଭୃଣ ହତ୍ୟା ନ କରିବା , କିଶୋରୀ ମାନଙ୍କ କିପରି ବିବାହ ନ କରିବା ଉପସ୍ଥିତ ସମୟ ହେଲେ ବିବାହ କରିବା ସେ ନେଇ କହିଥିଲେ ! କିଶୋରୀ ବୟସରେ ବିବାହ କଲେ କଣ କଣ ଅସୁବିଧା ହେବ ସେନେଇ ସୁପ୍ରଭାଇଜର ମାଡାମ କହିଥିଲେ !ଉପସ୍ଥିତ ଥିବା କିଶୋରୀ ମାନେ ନିଜେ ନିଜେ କଣ କଲେ ଆମର ଅସୁବିଧା ହେବ ନାହିଁ ଓ ଆମେ ଏଥିରୁ କିପରି ନିବୃତ ରହିବା ସେ ନେଇ ଶପଥ କରି କହିଥିବା ଏହି ସଭା ରେ ଜଣା ପଡିଥିଲା ! ଶେଷରେ ଅଙ୍ଗନବାଡି କର୍ମୀ ଇନୁ ସାହୁ ଧନ୍ୟବାଦ ଦେଇଥିଲେ !