କିଶୋରୀ ମେଳା ଅନୁଷ୍ଠିତ
ଶେରଗଡ, (ଅନୀଲ କୁମାର ପଣ୍ଡା):ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଗୋବିନ୍ଦପୁର ସେକ୍ଟର ଓ ଡେଙ୍ଗାପଦର ସେକ୍ଟର ସହ ଶେରଗଡ ଓ ତାକରଡା ସେକ୍ଟର ରେ ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିକର ଯୋଜନା ରେ ନିର୍ଭୟ କଢି,ବେଟି ବଚାଅ ବେଟି ପଢାଅ,ଅଦ୍ବିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ଗୋବିନ୍ଦପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀଣି ମମତାଞ୍ଜଳି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ମୂଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ୱନ ଷ୍ଟପ ସେଣ୍ଟରର ଗଞ୍ଜାମ ଜିଲ୍ଲା ସଂଯୋଜିକା ଶ୍ରୀମତି ମହେଶ୍ବେତା ପାଢୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜନ ର ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଈ ଆଜିକା ସମାଜରେ ଦିନକୁ ଦିନ କନ୍ୟା ସନ୍ତାନ ଙ୍କ ସଂଖ୍ୟା ହ୍ରାସ ପାଉଥିବା ରୁ ଉଦବେଗ ପ୍ରକାଶ କରିଥିଲେ। ଝିଅ ମାନେ ପୁଅଙ୍କ ଠାରୁ କୌଣସି କ୍ଷେତ୍ରରେ କମ ନଥିବାରୁ କନ୍ୟା ସନ୍ତାନ ଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ପରିହାର କରିବା ସହ ମାତୃ ଗର୍ଭ ରୁ କନ୍ୟା ଭୃଣ ହତ୍ୟା ନକରିବାକୁ ପରାମର୍ଶ ଦେଈଥିଲେ। ଏହି କିଶୋରୀ ମେଳାରେ ବହୁ କିଶୋରୀ ମାନେ ଯୋଗ ଦେଈ ନାଚ,ଗୀତ,ଚିତ୍ର, ବକ୍ତୃତା ରେ ଅଂଶ ଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୋବିନ୍ଦପୁର ସରପଞ୍ଚ ଶ୍ରୀମତି କୁନି ସ୍ବାଈଁ, ଦୁଇଟି ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ, ଗ୍ରାମବାସୀ ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଈଥିଲେ। ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀଣି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କିଶୋରୀ ମେଳାରେ ଉଦବୋଧନ ଦେଈ ବାଲ୍ୟ ବିବାହ ବିରୋଧରେ ସାମୂହିକ ଶପଥ ନେବା ଲାଗି କିଶୋରୀ ମେଳା କାର୍ଯ୍ୟକ୍ରମ ଆୟୋଜନ କରାଯାଈଥିବା ଏବଂ ପ୍ରଶାସନ ଆରମ୍ଭ କରିଥିବା ଏହି ଅଭିନବ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ବୋଲି ପ୍ରକାଶ କରିଥିଲେ।