କିଶୋର ନ୍ୟାୟ ଆଇନ ସଚେତନତା କର୍ମଶାଳା
ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ କିଶୋର ନ୍ୟାୟ ଆଇନ ସଂପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ରାଜ୍ୟ ବଚପନ ବଚାଓ ଆନ୍ଦୋଳନ ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଯାଜପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୀବନାନନ୍ଦ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ସାମ୍ୱିଧାନିକ ଅଧିକାର ଯେପରି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଜନ୍ମରୁ ୧୮ ବର୍ଷ ପୂର୍ଣ୍ଣ କରି ନଥିବା ବ୍ୟକ୍ତି ମାନଙ୍କୁ କିଶୋର ନ୍ୟାୟ ଆଇନର ପରିସରଭୁକ୍ତ କରାଯାଇଚ୍ଥି । ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟ କରୁଚ୍ଥନ୍ତି । ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବ୍ୟବସ୍ଥା କରିଚ୍ଥନ୍ତି । ତେଣୁ ପିତା, ମାତା ଅଭିଭାବକ ମାନଙ୍କୁ ଏ ସଂପର୍କରେ ବ୍ୟାପକ ସଚେତନ କରାଇବା ସହ ଏମାନଙ୍କ ପାଇଁ କାର୍ଯ୍ୟରତ ସରକାରୀ ବିଭାଗ ଅନୁଷ୍ଠାନ ମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କନିଷ୍ଠ ଦେୱାନୀ ବିଚାରପତି ଦେବୀ ଜ୍ୟୋତି ମହାପାତ୍ର କିଶୋର ନ୍ୟାୟ ଆଇନର ବିଭିନ୍ନ ଧାରା ଓ ତାହାର ଉପଯୋଗ ଏବଂ ଉଲଙ୍ଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ସଂପର୍କରେ ମତ ଦେଇଥିଲେ । ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣର ସଂପାଦକ ପ୍ରଦୀପ କୁମାର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ଆଇନ ସହ ଦ୍ୱନ୍ଦରେ ରହୁଥିବା ଏବଂ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ ମାନଙ୍କ ପାଇଁ ଆଇନର ବ୍ୟବସ୍ଥା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ବାଳାଶ୍ରମ ତତ୍ତ୍ୱାବଧାରକ ତରଣୀସେନ ପଟ୍ଟନାୟକ, ବଚପନ ବଚାଓ ଆନ୍ଦୋଳନର ଓଡିଶା ଶାଖା ସଂଯୋଜକ ସତ୍ୟ ନାରାୟଣ ବିଶ୍ୱାଳ , ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା, ସଦସ୍ୟ ହୃଷିକେଶ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ୧୦୯୮ ଟୋଲପ୍ରିଂ ନମ୍ୱର ପ୍ରଚଳନ କରିଚ୍ଥନ୍ତି । ଏହାର ଉପଯୋଗ କରି ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ସୂଚୀତ କଲେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସପଂଳ କରଯାଇ ପାରିବ ବୋଲି ମତ ଦେଇଥିଲେ । ସାମାଜିକ କର୍ମୀ କୈଳାଶ ସତ୍ୟାର୍ଥୀ ଶିଶୁ ମାନଙ୍କ ସୁରକ୍ଷାକୁ ଆଧାର କରି ଯେଉଁ କାର୍ଯ୍ୟ କରିଥିଲେ ତାହା ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ଆଣି ଦେଇଚ୍ଥି । ତେଣୁ ଶିଶୁ ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏଥିରେ ଶିଶୁ ସୁରକ୍ଷା ୟୁନିଟର ଅନ୍ୟନ୍ୟ ସଦସ୍ୟ, ବାଳାଶ୍ରମର କର୍ମଚାରୀ, ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।