କିଶୋର ନ୍ୟାୟ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ସଦସ୍ୟ ତଥା ପୋଲିସ ଅଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ହୋଇ ଯାଇଛି. କାର୍ଯ୍ୟକ୍ରମରେ ମୟୁରଭଞ୍ଜ କିଶୋର ନ୍ୟାୟ ବୋର୍ଡର ପ୍ରିନସିପାଲ ମାଜିଷ୍ଟ୍ରେଟେ ନିହାର ରଞ୍ଜନ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝୀ, ଦୀପକ କୁମାର ଗୋଛାୟତ, ଗୌତମ କିସାନ, ଶିଶୁ ମଙ୍ଗଳ ସମିତିର ସଦସ୍ୟା ଆରତୀ ପଣ୍ଡା ଏବଂ ଡିଏସପି ମାନେ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ, ମିଶନ ବାତ୍ସଲ୍ୟ, ପୋକସୋ ଆଇନ, ବାଲ୍ୟ ବିବାହ ଆଇନ ବିଷୟରେ ବିଷଦ ଭାବରେ ଆଲୋଚନା କରିବା ସହିତ ପୋଲିସ ଅଧିକାରୀ ମାନଙ୍କର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ, କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ. ଆଗାମୀ ଦିନରେ ଏହି ସବୁ ଆଇନ ସମ୍ପର୍କରେ ଗ୍ରାମ୍ୟ ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ପୋଲିସ ବିଭାଗର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି. ଆଇନ ପ୍ରବେଶନ ଅଧିକାରୀ ଶଙ୍କର ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଦିଲୀପ କୁମାର ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ଚାଇଲଡ ହେଲ୍ପ ଲାଇନର ସଂଯୋଜିକା ରଶ୍ମିତା ପରିଡା, ପରାମର୍ଶଦାତ୍ରୀ ରଶ୍ମିତା ପାଣି, ସୁପରଭାଇଜର ବିଷ୍ନୁପ୍ରିୟା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.