କୁଆପଦା ହତ୍ୟାକାଣ୍ଡରେ ଜଡ଼ିତ ଅଭିଯୁକ୍ତ ଗିରଫ

ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍‍): ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ୨୦୧୭ ମସିହାରେ ପ୍ରସନ୍ନ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେ କେସ୍ରୁଜୁ କରାଯାଇଥିଲା । ମାତ୍ର କେତେଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅଧିକାଂଶ ଫେରାର ରହିଛନ୍ତି । ଆଜି ଉକ୍ତ କେସ୍ର ତାରିଖ ଥିବାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ର୍କୋଟକୁ ଅଣାଯାଇଥିଲା । ସେମାନଙ୍କୁ ଦେଖା କରିବା ପାଇଁ ହୃଷିକେଶ ବଳିୟାରସିଂହଙ୍କ ପୁତ୍ର ବିଭୁଦତ୍ତ (୩୦) ପୁରୀ କୋର୍ଟକୁ ଯାଇଥିଲା । ସେ ଏହି କେସରେ ଅଭିଯୁକ୍ତ ରହି ଫେରାର ଥିଲା । କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଛପିକି ରହିଥିଲା । ବିଭୁଦତ୍ତ କୋର୍ଟରେ ଯୁବକମାନଙ୍କୁ ସାକ୍ଷାତ କରିବା ସମୟରେ ପୁଲିସ ତାଙ୍କୁ ସେଠାରେ କାବୁ କରିନେଇଥିଲା । ମଙ୍ଗଳବାର ବିଭୁଦତ୍ତଙ୍କୁ କୋର୍ଟକୁ ପଠାଯିବ ବୋଲି ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ