କୁଇ ଭାଷାର ବିକାଶ ଓ ସୁରକ୍ଷା ପାଇଁ କୁଇ ଲିପିର ଆବଶ୍ୟକତା ଉପରେ ପ୍ରଦର୍ଶନୀ ଓ ଆଲୋଚନାଚକ୍ର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଆମଲାପଡ଼ାରେ କୁଇ ଭାଷା ସାହିତ୍ୟ ସମିତି, କୁଇଦିନା, କନ୍ଧମାଳ, ନିଖିଳ ଉତ୍କଳ କୁଇସମାଜ ୟୁନିୟନ ଘୁ ଉଦୟଗିରି, କୁଇସମାଜ ସେବା ସମିତି ଫୁଲବାଣୀ, କୁଇ କୁଳ ସମିତି ବାଲିଗୁଡା, କୁଇ ସମାଜ ଯୁବ ପରିଷଦ କନ୍ଧମାଳ, ଆଦିବାସୀ କର୍ମଚାରୀ କଲ୍ୟାଣ ସଂଘ, ଫୁଲବାଣୀର ମିଳିତ ଭାବରେ କୁଇ ଲିପିର ଚୂଡାନ୍ତ ନିର୍ଣ୍ଣୟ କରିବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼, ଜିଲ୍ଲାରୁ ବହୁ କୁଇ ବୁଦ୍ଧିଜୀବୀ ମାନେ ପ୍ରତିନିଧିତ୍ୱ କରିଥିଲେ। ଏହି ଅବସରରେ ଯୋଗଦେଇଥିବା ଅତିଥି ମାନେ କୁଇ ଭାଷାର ବିକାଶ ଓ ସୁରକ୍ଷା ପାଇଁ କୁଇ ଲିପିର ଆବଶ୍ୟକତା ଉପରେ ସମସ୍ତ ବକ୍ତାମାନେ ମତ ପୋଷଣ କରିଥିଲେ। ସ୍ୱର୍ଗତ ଦୟାନିଧି ମଲ୍ଲିକଙ୍କର ଲିପି ଲଙ୍କେଶ୍ୱର କହଁର ପ୍ରଦର୍ଶନ କରିଥିଲେ ଏବଂ ବିଚାରକମଣ୍ଡଳୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ୧୨ଜଣ ବିଭିନ୍ନ ଭାଷାବିଦ ମାନେ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସାନ୍ତାଳୀ, କାହ୍ନୁ ଚରଣ ଶତପଥୀ, ବାବୁରାଓ ମହାନ୍ତି ସୁଦାମ ଚରଣ ବେହେରା, ଜଗବନ୍ଧୁ ଦାସ, ଇନ୍ଦରଜିତ୍ ସିଂ, ବୁଲୁ ହିକକା କୁଇ, ଏସିଆ କହଁର, ପ୍ରଦୀପ କହଁର, ମୁକୁନ୍ଦ କହଁର,ମନୋଜ ମଲ୍ଲିକ ଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ