ଶିକ୍ଷକଙ୍କ ଅନୁପସ୍ଥିତି ରେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): “ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ” ଏହି ନାରାରେ ଗ୍ରାମାଞ୍ଚଳରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଅର୍ଥ ଖର୍ଚ୍ଚ କରୁଥିବାବେଳେ ଶିକ୍ଷା ର ବିକଳ ଚିତ୍ର ସୁଧାରିବାର ନାଁ ଧରୁନି ତୁମୁଡିବନ୍ଧ ବ୍ଲକ ରେ l ସତେ ଯେମିତି ଦୃଷ୍ଟିହୀନ, ବଧିର ହୋଇପଡିଛନ୍ତି ପ୍ରଶାସନିକ ଅଧିକାରୀଗଣ l ଯେତେ ତ୍ରୁଟି, ଅବହେଳିତ ବ୍ୟବସ୍ଥା ଦୃଷ୍ଟି ଗୋଚର ହେଲେ ମଧ୍ୟ କାର୍ଯାନୁଷ୍ଠାନ ଶୂନ l ତୁ ଯେତେ ମାଟୁଛୁ ମାଟେ ମୁଁ ସେଇ ଦରପୋଡ଼ା କାଟେ ଉକ୍ତି ଭଳି ଚାଲିଛି ତୁମୁଡିବନ୍ଧ ବ୍ଲକରେ ଶିକ୍ଷା ବ୍ୟବସ୍ଥା l ତୁମୁଡିବନ୍ଧ ବ୍ଲକ ଅଞ୍ଚଳର କାଲିଶାପଦର ପ୍ରାଥମିକ ବିଦ୍ୟାଳୟ ତୁମୁଡିବନ୍ଧ ମୁଖ୍ୟବଜାର ରୁ ମାତ୍ର ୨ କିମି ଦୂରତା ପଡୁଛି l ହେଲେ ଦୀପ ତଳ ଅନ୍ଧାର ପରି ଏହି ବିଦ୍ୟାଳୟ ରେ ଶିକ୍ଷା ର ବିକଳ ଚିତ୍ର ଓ ବିଦ୍ୟାର୍ଥୀଙ୍କ ପ୍ରତି ହେଉଥିବା ଅବହେଳା ସାମ୍ନା କୁ ଆସିଛି l ଏହି ବିଦ୍ୟାଳୟ ରେ ଦୁଇଜଣ ଶିକ୍ଷକ ଥାଇ ମଧ୍ୟ ଠିକ ଭାବେ ବିଦ୍ୟାଳୟ କୁ ଯାଉନଥିବା ବିଷୟରେ ପୂର୍ବରୁ ଗ୍ରାମବାସୀ ଅଭିଯୋଗ କରିଥିଲେ l ଦୁଇଜଣ ଶିକ୍ଷକ ପାଳି କରି ବିଦ୍ୟାଳୟ କୁ ଯାଉଥିବା ନେଇ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁଙ୍କୁ ଅଭିଯୋଗ କରିଥିଲେ l କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁଇଜଣ ଶିକ୍ଷକଙ୍କ ପ୍ରତି ଅଦ୍ୟାବଧି କୋଣସି ପ୍ରକାରର ଆଖି ଦୃଷ୍ଟିଆ ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ଦିନଠୁଁ ବିଦ୍ୟାଳୟ ରେ ପ୍ରଥମ ସମ୍ମେଟିଭ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବିଦ୍ୟାଳୟ ରେ ଦୁଇ ଦୁଇ ଜଣ ଶିକ୍ଷକ ଅନୁପସ୍ଥିତି ରହିଛନ୍ତି l ଯାହାଫଳରେ ବାଧ୍ୟ ହୋଇ ପରୀକ୍ଷା ପରିଚାଳନା କରିବାକୁ ମଙ୍ଗଳବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ଓ ଉକ୍ତ କ୍ଲଷ୍ଟର ସିଆରସିସି ସିପାନା ମାଝୀ ପହଞ୍ଚି ନିଜେ ପ୍ରଶ୍ନପତ୍ର ବାଣ୍ଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରାଇଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କହିବା ଅନୁଯାଇ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ପୂର୍ବରୁ ଜଣେ ଛୁଟିରେ ଥିବାବେଳେ ଅନ୍ୟଜଣ ଶିକ୍ଷକ କୋଣସି ଜରୁରୀ କାମ ଯୋଗୁଁ ସୋମବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ କୁ ଯାଇ ଛୁଟି ମଞ୍ଜୁର କରିଥିବା କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ l ତେବେ ଦୁଇଜଣ ଶିକ୍ଷକଙ୍କ ବିରୋଧରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ୱେ ସେମାନଙ୍କ ଅନ୍ୟତ୍ର ବଦଳି କରଯାଇନାହିଁ କଣ ପାଇଁ ସେହି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ l ଆଉ କେତେଦିନ ଆମ ପିଲାମାନଙ୍କ ଭବିଷ୍ୟତ ସହ ଖେଳାଯିବ ଏହି ବିଷୟରେ ସ୍ୱର ଉଠେଇଲେ ଆମ ସ୍ୱର କୁ ଚାପିବାକୁ ଚେଷ୍ଟା କରାଯାଉଛି କଣ ପାଇଁ ବୋଲି ଗ୍ରାମବାସୀ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ