କୁଇ ଭାଷା କବିତା ଆସର ଓ ଆଲୋଚନା ଚକ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବଡଗାଁ ଗ୍ରାମରେ କୁଇ ଭାଷା କବିତା ଆସର ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ତହସିଲଦାର ସୁଶ୍ରୀ ଟୁଲି ଆମl ପ୍ରଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ, କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ଶ୍ରୀନିବାସ ମଲିକ, ଯୁଗ୍ମ ସମ୍ପାଦକ ସୁଦର୍ଶନ କହଁର , ମନୋଜ କୁମାର ମଲ୍ଲିକ, ବାଲିଗୁଡ଼ା କୁଇ କୂଳ ସମିତି ପୂର୍ବତନ ସଭାପତି ମନୋଜ କୁମାର ମଲିକ, ମଦନ ମୋହନ ପ୍ରଧାନ, ବାଲିଗୁଡ଼ା କୁଇ କୂଳ ସମିତି ସମ୍ପାଦକ ନରୋତ୍ତମ ପ୍ରଧାନ, ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ସମ୍ପାଦକ ଜି.ଉଦୟଗିରି , କୁଇ ଭାଷା ସାହିତ୍ୟ ସମିତି ସଭାପତି ଦିନବନ୍ଧୁ କହଁର ସମ୍ପାଦକ ଗଣପତି ମଲ୍ଲିକ, ଆବାହକ କୁଇ କବି ପ୍ରଦୀପ କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସଭାପତି ଦେବାଶିଷ କହଁର, ଅଚ୍ୟୁତ ଯାନି, ଯୁବ ପରିଷଦ ସମ୍ପାଦକ, ଆଲୋକ କହଁର, ମଙ୍ଗରାଜ ପ୍ରଧାନ, ଭୀମସେନ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ବିଶ୍ୱମ୍ବର ପ୍ରଧାନ, ଭାବିନ୍ଦ୍ର କହଁର, ଶ୍ରୀକାନ୍ତ କହଁର, ଶଶିଭୂଷଣ ପ୍ରଧାନ ପ୍ରମୁଖ କୁଇ ସମାଜ ଯୁବ ପରିଷଦ ର କର୍ମକର୍ତ୍ତାମାନେ କୁଇ କୂଳ ସମିତିର ବିଭିନ୍ନ ଶାଖା କର୍ମକର୍ତ୍ତା ଗଣ ତଥା ବାଲିଗୁଡାରୁ କୁଇ ଆଦିବାସୀ ମାନେ ଯୋଗଦାନ କରିଥିଲେ । ୪୦ ରୁ ଉର୍ଦ୍ଧ କୁଇ କବି ଉପସ୍ଥିତ ରହି ସ୍ୱରଚିତ କୁଇ କବିତା ପାଠ କରିଥିଲେ ଓ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୁଇ କଳାକାର ମାନଙ୍କ ଦ୍ଵାର କୁଇ ନୃତ୍ୟ ପରିବେଷଣ କରାଯାଇ ଥିଲା l ସମସ୍ତ ବକ୍ତା କୁଇ ସମାଜ କୁ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ l