କୁକୁଡ଼ାଖଣ୍ଡି ତହସିଲରେ ଅଭିଯୋଗ ଶୁଣାଣି

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡ଼ାଖଣ୍ଡି ତହସିଲର ସୋମବାର ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ ଜନସାଧାରଣଙ୍କ ସ୍ଥଗିତ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ଜନଶୁଣାଣୀ ସହାୟ ହେଉଛି । କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟଳୟରେ ସପ୍ତାହର ପ୍ରତି ସମବାର ଓ ଗୁରୁବାର ଦିନ ୧୦ ଘଣ୍ଟା ୨ଘଣ୍ଟା ପଯ୍ୟନ୍ତ ଅଭିଯୋଗ ଶୁଣାଣି ହେଉଛି। ଆଜି ଜନଶୁଣାଣୀରେ ୧୫ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଆସିଥିବା ନେଇ ସୂଚନା ଦେଇଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ। ଅଭିଯୋଗ ଗୁଡିକ ବିଚାର କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି ସୂଚନା ଦିଆ ଯାଇଛି. ଅଭିଯୋଗ ଶୁଣାଣିରେ ତହସିଲ କାର୍ଯ୍ୟଳର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ