କୁକୁଡାଖଣ୍ଡି ତହସିଲଦାରଙ୍କ ବଦଳି ଦାବି

ବ୍ରହ୍ମପୁର,(ୱାଇଏନ୍ଏସ୍): କୁକୁଡାଖଣ୍ଡି ତହସିଲଦାରଙ୍କ ବଦଳି ଦାବି କରି ବୁଧୁବାର ଦିନ କୁକୁଡାଖଣ୍ଡି ଜଳସେଚନ ଡ଼ାକବଙ୍ଗଳା ଠାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ନିର୍ବାଚିତ ସମସ୍ଥ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ , ଜିଲ୍ଲାପରିଷଦ ସଭ୍ୟ, ଉପାଧ୍ୟାକ୍ଷା, ସଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, ବ୍ଲକ ସଭାପତିଙ୍କ ସମେତ ବହୁ ବିଜେଡି କର୍ମୀ ଏକତ୍ରିତ ହୋଇ ପଞ୍ଚଯାତ ସମିତି ଅଧୀନରେ ଚାଲୁଥିବା ସମସ୍ଥ ପ୍ରକାର କାର୍ଯ୍ୟ ତଥା ଏମ.ଜି.ଏନ.ଆର.ଇ.ଯିଏ କାମରେ ସହଯୋଗ ନ କରିବା ନେଇ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଉନ୍ନୟନ କାର୍ଯ୍ୟରେ ଆବଶ୍ୟକ ପଡୁଥିବା ସାମଗ୍ରୀ ତଥା ମେଟାଲ,ମୋରୁମ, ପଥର, ବାଲି ଇତ୍ୟାଦି ସାମଗ୍ରୀ ଆଣିବାରେ ତହସିଲଦାର ବାଧା ଦେଉଥିବା ତଥା ଟ୍ରାକ୍ଟର ଗୁଡିକ ଧରି ଅଧିକ ଜୋରିମାନା ଆଦାୟକୁ ,ମାଲିକ ମନକୁ ଏହିସବୁ ସାମଗ୍ରୀ ଆଣିବାକୁ ମନା କରିବା,ନିର୍ବାଚିତ ପ୍ରତିନଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଯୋଗୁ କୌଣସି ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ | ଯାହା ଦ୍ୱାରା ପ୍ରତ୍ୟକ ପଞ୍ଚାୟତ ଶ୍ରମିକ ଶ୍ରେଣୀର ଲୋକମାନେ କାମ ପାଇପାରୁନାହାନ୍ତି | ଏହାକୁ ବିରୋଧ କରି ସମସ୍ଥ ପ୍ରତିନିଧି ତହସିଲଦାରଙ୍କୁ ଏହି ବ୍ଲକରୁ ବଦଳି କରିବା ପାଇଁ ଦାବି କରିଛନ୍ତି | ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଡଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ