କୁକୁଡାଖଣ୍ଡି ରେ “ଆମ ଓଡିଶା ନିବୀନ ଓଡିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ସାରା ଗଞ୍ଜାମ ରେ ଆଜି ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ “ଆମ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ ଚାଲିଥିବା ବେଳେ କୁକୁଡାଖଣ୍ଡି ର ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ! ଏହି କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ବ୍ଲକ ର ସମସ୍ତ ଜନ ପ୍ରତିନିଧି ସରକାରୀ କର୍ମଚାରୀ ମାନଙ୍କ ସହ ଲୋକ ମାନେ ଉପସ୍ଥିତ ଥିବା ଦେଖା ଦେଇଥିଲା ! ସକାଳ ସମୟ ରେ ଏହି କାର୍ଯ୍ୟକ୍ରମ ର ଶୁଭଆରମ୍ଭ ହୋଇଥିବା ଦେଖା ଦେଇଥିଲା ! ଯେତେବେଳେ କୁକୁଡାଖଣ୍ଡି କଥା ଆସିଲା ସେତେବେଳେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଆମ ଓଡିଶା ନିବୀନ ଓଡିଶା କହି ଶୁଭାରମ୍ଭ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦୀର୍ଘାୟୁ କାମନା କରିଥିଲେ ଓ 5ଟି ଅଧକ୍ଷ ଭିକେ ପାଣ୍ଡିଆନ କୁ ଆନ୍ତରିକତା ର ଶୁଭେଚ୍ଛା ଜଣାଇ ଆରମ୍ଭ କରିଥିଲେ ତାଙ୍କ କଥା ! ତା ସହ ବ୍ଲକ ଅଧକ୍ଷ ଶ୍ରୀ ପାତ୍ର ଘଟେକେଶ୍ୱର ମନ୍ଦିର ର ଅନୁଦାନ ନିମନ୍ତେ ମଧ୍ୟ ନିବେଦନ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ବ୍ଲକ ର ଉପାଧ୍ୟାକ୍ଷା ବିଷ୍ଣୁ ପ୍ରୀୟା ସହ ସମସ୍ତ ଜନ ପ୍ରତିନିଧି , ବିଡ଼ିଓ ପଲ୍ଲବୀ ସ୍ୱାଇଁ, , କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ରାମ ଚନ୍ଦ୍ର ମହାପାତ୍ର, ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁରାଗ ରଥ ଦମକଳ ବାହିନୀ ର କର୍ମଚାରୀ ସମେତ ସରକାରୀ କର୍ମଚାରୀ ଓ ମିଶନ ଶକ୍ତି ର ସମସ୍ତ ସଦସ୍ୟା ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା !ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ