କୁକୁଡା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର

ନାଉଗାଁ, (ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ଆନୂକୁଲ୍ୟରେ ନାଉଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ତରଫରୁ ରୋହିଆ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କୁକୁଡା ପାଳନ ସମ୍ବନ୍ଧୀୟ ୨ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନାଉଗାଁ ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ବେହେରା, ରୋହିଆ ସରପଂଚ ଶିବ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଂଚଳର ଜନସାଧାରଣଙ୍କ ଆର୍ôଥକ ସ୍ଥିତିରେ ସୁଧାର ଆଣିବା ସହିତ ଉନ୍ନତମାନର କୁକୁଡା ପାଳନ କରିବା ପାଇଁ ଏହି ଶିବିରରେ ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ଶିବିରରେ ନାଉଗାଁ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତ, ଡାକ୍ତର ଶୁଭେନ୍ଦୁ ରଂଜନ ସେଠୀ, ଚାନ୍ଦପୁରା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଅନ୍ନଦା ଦାସ ପ୍ରମୁଖ କୁକୁଡା ପାଳନ ବିଷୟରେ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ୨୦ଜଣ ଚାଷୀ ତାଲିମ ନେଉଥିବା ବେଳେ ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ, ସଚ୍ଚିଦାନନ୍ଦ ପୋଥାଳ ଆଦି ଶିବିରକୁ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ