କୁକୁଡା ମୃତ୍ୟୁ ସମାଧାନ ବେଳେ ହତ୍ୟାକାଣ୍ଡ ଘଟଣା,୧୪ଦିନ ପରେବି ପୁଲିସ ହାତ ଖାଲି :-ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ 

ହାଟଡିହି,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ କୁକୁଡା ମୃତ୍ୟୁ ବିବାଦର ସମାଧାନ ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଅଁରା ଗ୍ରାମର ଆନନ୍ଦ ନାୟକ ହତ୍ୟାର ୧୪ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକରୀକୁ ପୁଲିସ ଧରି ନପାରିବା ପ୍ରତିବାଦରେ ଆଜି ଗ୍ରାମବାସୀମାନେ ମୃତ ଆନନ୍ଦଙ୍କ ବିଧବା ପତ୍ନୀ ମଞ୍ଜୁଲତା ନାୟକ ସହିତ ଥାନା ଘେରାଉ କରିଥିଲେ । ସେମାନଙ୍କଅଭିଯୋଗ ଅନୁଯାଇ ୍ଥ ଅଁରା ଗ୍ରାମରେ ଗତ ୨୦ତାରିଖ ରାତିରେ ଏକ କୁକୁଡା ମୃତ୍ୟୁର ସମାଧାନ ପାଇଁ ଗାଁରେ ବୈଠକ ଚାଲିଥିବାବେଳେ ଦୁଇ ଭଦ୍ରବ୍ୟକ୍ତିଙ୍କ ପରିବାର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଆନନ୍ଦ ନାୟକ ନାମକ ଜଣେ ଭଦ୍ରବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗତ ୨୧ତାରିଖ ଦିନ ଗାଁ ଲୋକମାନେ ଅଁରା ଛକ ନିକଟରେ ଆନନ୍ଦଙ୍କ ମୃତଦେହକୁ ରଖି ଟାୟାର ଜାଳି ରାସ୍ତାରୋକ କରିଥିବାବେଳେ ପୁଲିସ ୪ଦିନ ଭିତରେ ଅପରାଧି ମାନଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲା । ଆନନ୍ଦଙ୍କ ପତ୍ନୀ ମଞ୍ଜୁଲତା ନାୟକ ଥାନାରେ ଦେଇଥିବା ଏତଲାରେ ତାଙ୍କ ସ୍ୱାମୀକୁ ଅଁରା ଗ୍ରାମର ବିଜନ ବେହେରା, ବାମନ ବେହେରା, ବିକନ ବେହେରା, ଉମାକାନ୍ତ ଖଣ୍ଡେଇ, ସୁକାନ୍ତ ନାୟକ ପ୍ରମୁଖ ପିଟି ପିଟି ମାରିଦେଇଥିବା ଦର୍ଶାଇଥିଲେ । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଥାନା କେସନଂ୧୫୧/୨୦ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । କିନ୍ତୁ ଆଜକୁ ୧୪ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ନହେବା ଓ ଗ୍ରାମବାସୀମାନେ ଅଭିଯୁକ୍ତ ମାନଙ୍କ ଆକ୍ରମଣର ଶୀକାର ହେବା ଭୟରେ ଆଜି ଅଁରା ଗ୍ରାମର ଶତାଧିକ ବ୍ୟକ୍ତି ନନ୍ଦିପଦା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଥାନା ଠାରୁ ଶହେମିଟର ଦୁରରୁ ପୁଲିସ କୌଣସି ଲୋକଙ୍କୁ ଥାନା ନିକଟକୁ ନଛାଡିବାରୁ ଗ୍ରାମବାସୀମାନେ ଶହେମିଟର ଦୁରରେ ହିଁ ଧାରଣାରେ ବସିରହିଥିଲେ । ମୃତ ଆନନ୍ଦଙ୍କ ପତ୍ନୀ ମଞ୍ଜୁଲତା କିରୋସିନି ଧରି ଅନସନରେ ବସିବା ଓ ଆତ୍ମାହୁତୀ କରିବାକୁ ଧମକ ଦେଉଥିବା ଦେଖିବାକୁ ମିଳିଥିଲା । ପରେ ପରେ କେନ୍ଦୁଝର ଅତିରିକ୍ତ ଏସ.ପି, ପ୍ରତାପ କୁମାର ପରିଡା, ଏସଡିପିଓ କ୍ରାଇମ ସୁରେଶ ପାତ୍ର, ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ସୋସୋ, ଆନନ୍ଦପୁର, ପ୍ରଭୃତି ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହିତ ଅଭିଯୁକ୍ତ ମାନଙ୍କୁ ୧୦ଦିନ ଭିତରେ ଗିରଫ କରାଯିବାର ପ୍ରତିଶୃତି ଦେବାପରେ ଯାଇ ଲୋକମାନେ ଆନ୍ଦୋଳନରୁ ହଟିଥିଲେ । ଏପରିକି ଅଭିଯୁକ୍ତ ମାନଙ୍କୁ ଧରିବା ପର୍ଯ୍ୟନ୍ତ ଗାଁରେ ପୁଲିସ ମୃତୟନ କରିବା ପାଇଁ ପୁଲିସ ଅଧିକାରୀ ମାନେ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ