କୁକୁର କାମୁଡ଼ାରେ ହରିଣର ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ କୁକୁର କାମୁଡ଼ାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି।ନିକଟସ୍ଥ ଜଙ୍ଗଲରୁ ଆସି କାଳି ପଙ୍କା ଗ୍ରାମ ବିଲରେ ହରିଣଟି ଚରୁଥିବା ବେଳେ ଗ୍ରାମର କିଛି କୁକୁର ତାକୁ ଦେଖି ଗୋଡ଼ାଇ ଗୋଡ଼ାଇ କାମୁଡ଼ି ପକାଇଥିଲେ।ହରିଣଟି ରକ୍ତାକ୍ତ ଅବସ୍ଥାରେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ି ଶେଷରେ ମୁଜାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ପଶି ଯାଇଥିଲା।ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ହରିଣକୁ ଉଦ୍ଧାର କରିଥିଲେ।ହେଲେ କିଛି ସମୟ ପରେ ତାର ମୃତ୍ୟୁ ଘଟିଥିଲା।ସନ୍ଧ୍ୟା ହୋଇ ଯାଇଥିବାରୁ ମୃତ ହରିଣ ଟିକୁ ଡାକ ବଙ୍ଗଳା ରେ ରଖାଯାଇଛି।ରବିବାର ତାର ବ୍ୟବଚ୍ଛେଦ କରାଯିବ। ହରିଣ ଟିର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ