ମା ବୁଢ଼ାକେନ୍ଦୁ ଯୁବକ ସଙ୍ଘ ଆନୁକୂଲ୍ୟରେ ବୃକ୍ଷରୋପଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ କୁ ସବୁଜିମାରେ ଭରି ଦେବା ପାଇଁ ବେଲଗୁଣ୍ଠା ସାହିତ୍ୟ ଘର ପ୍ରତିଶୃ୍ତି ବଦ୍ଧ I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ସାହିତ୍ୟ ଘର ଗୋବରା ଶାଖା ଏବଂ ସ୍ଥାନୀୟ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ହାଟବନ୍ଧ ହିଡ଼ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୁବ ସମାଜସେବୀ ସରୋଜ କୁମାର ସ୍ୱାଇଁ ଯୋଗ ଦେଇ ପୃଥିବୀରେ ଜଳବାୟୁର ସନ୍ତୁଳନ ରକ୍ଷା କରିବାକୁ ହେଲେ ସମସ୍ତେ ବୃକ୍ଷ ଲଗାଇବା ସହିତ ତାର ଯତ୍ନ ନେବା ଜରୁରୀ ହୋଇପଡିଛି ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଉପସଭାପତି ନିଲୁ ପାତ୍ର,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୃଷକ ନେତା ପ୍ରଭାକର ମଳିକ ପ୍ରମୁଖ ଯୋଗ ଦେଇ ୫୫ ଟି ଶାଗୁଆନ୍ ଚାରା ରୋପଣ କରିଥିଲେ I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଦସ୍ୟ ଯୋଗେନ୍ଦ୍ର ସେଠୀ, ପୁରୁଷୋତ୍ତମ ସେଠୀ,ଦୁର୍ଗାମାଧବ ନାୟକ,ଖଦାଳ ଭୂୟାଁ,ସନା ଗୌଡ଼, ସୁଧୀର ବିଶ୍ୱାଳ,ଲିଟୁ କାମ୍ପ,ବଣ୍ଟି ଗୌଡ଼, ବିକ୍ରମ ଲେଙ୍କା,ମିଟୁ ରଣା, ବୁଲୁ ପ୍ରଧାନ, ନାରାୟଣ ମଳିକ,ଚନ୍ଦନ ମଳିକ,ନୀଳାଞ୍ଚଳ ଗୌଡ଼, ବଳିଆ ରାଉତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଜୁଲାଇ ମାସ ବ୍ୟାପୀ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ଆଜି ସୁଦ୍ଧା ଦଶଟି ସ୍ଥାନରେ ବୃକ୍ଷରୋପଣ କରାଯାଇଥୁବା ବେଳେ ଆସନ୍ତା ଅଗଷ୍ଟ ଅଠର ତାରିଖ ସୁଦ୍ଧା ବେଲଗୁଣ୍ଠାର ୨୫ ଟି ସ୍ଥାନରେ ବୃକ୍ଷରୋପଣ କରାଯିବ ବୋଲି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଛନ୍ତି I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ