କୁଖ୍ୟାତ ଅପରାଧି ଈଶ୍ୱର ମହାଳିକ ଓ ଜଣେ ସହଯୋଗୀ ଗିରଫ

ବାଲେଶ୍ଵର, (ସରୋଜ ପଣ୍ଡା):ନୂଆ ବର୍ଷରେ ବାଲେଶ୍ଵର ପୋଲିସ କୁ ମିଳିଛି ବଡ ସଫଳତା।ଜିଲ୍ଲାର ଜଣାଶୁଣା କୁଖ୍ୟାତ ଅପରାଧି ଇଶ୍ଵର ମହାଳିକକୁ ଗିରଫ କରିଛି।ଏହା ସହ ତାର ମୁଖ୍ୟ ସହଯୋଗୀ ମଧ୍ୟ ପୋଲିସ ହାତରେ ଧରା ପଡ଼ିଛି।ନକଲି ବିଡ଼ିଓ ସାଜି ଲୋକଙ୍କ ପାଖରୁ ଟଙ୍କା ଲୁଟିବା ଇଶ୍ଵର ପାଇଁ ମହଙ୍ଗା ପଡ଼ିଛି।ସୂଚନାଯୋଗ୍ୟ,ନକଲି ବିଡ଼ିଓ ସାଜି କେହି ଜଣେ ଅଜଣା ବ୍ୟକ୍ତି ଇନ୍ଦିରା ଆବାସ ଗୃହ ଦେବା ଆଳରେ ୨୦ ହଜାର ଠକି ନେଉଥିବା ଡିସେମ୍ବର ୩୦ ତାରିଖ ରେ ପଣ ପଣା ଅଞ୍ଚଳର ସୁଲୋଚନା ପ୍ରଧାନ ନାମକ ମହିଳା ଖନ୍ତାପଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କ୍ରମେ ପୋଲିସ କେଶ ନମ୍ବର ୩୧୧/୨୪ ମୂଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ତଦନ୍ତ ବେଳେ ସମାନ ଢଙ୍ଗରେ ଲୋକଙ୍କୁ ଠକି ଟଙ୍କା ନେଇଥିବା ଅଭିଯୋଗ ରୂପସା ଥାନା,ଖଇରା ଥାନା ଭଳି ବିଭିନ୍ନ ଥାନାରେ ଅଭିଯୋଗ ଥିବା ଜଣାପଡିଥିଲା, ପୋଲିସର ମିଳିତ ଚଢ଼ାଉ ପରେ ଅଭିଯୁକ୍ତ ଜଣକ ସମାନ ବ୍ୟକ୍ତି ଥିବା ଜଣାପଡିଥିଲା।ତେବେ ଅଭିଯୁକ୍ତ ନାମରେ ମୋଟ ୭୫ ଟି ମାମଲା ବିଭିନ୍ନ ଥାନାରେ ଥିବାର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ନଗଦ ୫୦ ହଜାର ଟଙ୍କା,ସୁନା ଗହଣା,ଗୋଟିଏ ପଲ୍ସର୍ ବାଇକ୍ ଓ ଗୋଟିଏ ଖେଳନା ବନ୍ଧୁକ କୁ ପୋଲିସ ଜବତ କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶଶାଙ୍କ ଶେଖର ବେଉରା, ଖନ୍ତାପଡା ଥାନା ଅଧିକାରୀ ବିରଞ୍ଚି ସାହୁ ଉପସ୍ଥିତ ଥିଲେ। ସେହିପରି ସହଦେବ ଖୁଣ୍ଟା ଥାନା ଅଂଚଳରେ ବାଇକ୍ ଚୋରି ଘଟଣାର ଦୁଇ ଜଣ ଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ୪ ଟି ଚୋରା ବାଇକ୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ବସ୍ତା ଥାନା ଅଞ୍ଚଳର ଦିପୁ ଓରଫ ସତ୍ୟ ନାରାୟଣ ସାହୁ(୩୪), ବଣ୍ଟି ଓରଫ ନାସିମୁଦ୍ଦିନ ଅଲି (୨୬)।ଏଥି ସହ ଟାଉନ ଥାନା ତିନି ଜଣ ମୋବାଇଲ ଚୋର କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬ ଟି ମୋବାଇଲ ଫୋନ୍ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ