କୁଖ୍ୟାତ ଅପରାଧୀ ମୁନା ଗିରଫ
ନିମାପଡା, (ସନ୍ତୋଷ ଦାଶ):ଚାରିଦିନ ତଳେ ଅସ୍ତରଙ୍ଗ ପୋଲିସ ଆଖିରେ ଧୁଳି ଦେଇ ଚଂପଟ ମାରିଥିବା କୁଖ୍ୟାତ ଅପରାଧୀ ମୁନା ବିଶ୍ଵାଳ ଙ୍କୁ ଅସ୍ତରଙ୍ଗ ପୋଲିସ ନିମାପଡ଼ା କୋର୍ଟ ଠାରୁ ଗିରଫ କରିବାରେ ସକ୍ଷମ ହୋଇଛି ।ଏଠାରେ ପ୍ରକାଶ ଯୋଗ୍ୟ ଯେ,ମୁନା ତିନିବର୍ଷ ତଳେ, ଆଳସାହି ଭୀମା ଛକ ରେ ହୋଇଥିବା ଦିଲୀପ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବାରୁ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ତିନିବର୍ଷ ଜେଲ ରେ ରହିବା ପରେ ଗତ ୨୬ ତାରିଖ ବୁଧବାର ଦିନ ନିମାପଡ଼ା ଜେଲରୁ ଜାମିନ ପାଇ ଆସିଥିଲା ।ସେହିଦିନ ତାର କେତେକ ସାଙ୍ଗ ମାନଙ୍କ ସହ ଆସି ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନ ଉପରେ ଅଚାନକ ଚଢ଼ାଉ କରି ଜୋର ଜବରଦସ୍ତ ବିପୁଳ ପରିମାଣରେ ମଦ ସହ ଟଙ୍କା ନେଇ ଏକ ବୋଲେରୋ ଗାଡି ରେ ପଳାଇ ଯାଇଥିଲା । ମଦ ଦୋକାନ କର୍ମଚାରୀ ଜ୍ଞାନରଞ୍ଜନ ଛାଟୋଇ ଙ୍କ ଲିଖିତ ଅଭିଯୋଗ କ୍ରମେ ଅସ୍ତରଙ୍ଗ ପୋଲିସ ମୁନା ର ଝାଡଲିଙ୍ଗ ଘର ଉପରେ ଚଢାଉ କରିବା ସମୟରେ ମୁନା ଓ ତାର ଭାଇ ଜଗା ଅନ୍ଧାର ର ସୁଯୋଗ ନେଇ ଖସି ଚାଲିଯାଇଥିଲେ । ମୁନା ଘରୁ ଅନ୍ୟ ଚାରିଜଣ ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିଥିଲେ । ସୋମବାର ଦିନ ମୁନା ନିମାପଡ଼ା କୋର୍ଟ କୁ ଆସିଥିବା କୌଣସି ସୂତ୍ରରୁ ଖବର ପାଇ ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରି ସ୍ବାଇଁ , ସେକେଣ୍ଡ ଅଫିସର ଦୀପକ କୁମାର ସାମନ୍ତସିଂହାର ,ଏ ଏସ ଆଇ ରତ୍ନାକର ବେହେରା, ଖଗେଶ୍ୱର କର, , ହାବିଲଦାର ସଞ୍ଜୟ କୁମାର ମହାନ୍ତି,କମାଣ୍ଡର ରଞ୍ଜନ ସ୍ୱାଇଁ, ରାଇଟର ଚିକୁ ମୁଦୁଲି ପ୍ରମୁଖ ନିମାପଡ଼ା କୋର୍ଟ ଠାରେ ଛପି ରହିଥିଲେ।ମୁନା କୋର୍ଟ କୁ ଆସିବାରୁ ତାକୁ କାବୁ କରିନେଇଥିଲେ । ମୁନାକୁ ଗିରଫ କରି ନିମାପଡ଼ା ର ସବଡିଭିଜନାଲ ପୋଲିସ ଅଧିକାରୀ ଦେବାଶିଷ ମିଶ୍ର ଙ୍କ ନିକଟରେ ହାଜର କରିବା ପରେ ମୁନା କୁ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯାଇଛି । ଏହା ଅସ୍ତରଙ୍ଗ ପୋଲିସ ର ବଡ ସଫଳତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଵା ସହ ଅସ୍ତରଙ୍ଗ ପୋଲିସ କୁ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।