କୁଚିଣ୍ଡାରେ ଆମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ଠାରେ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ପରିଷଦ ର ଆମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ପରିଷଦ ର ସଂପାଦକ ମନୋରଞ୍ଜନ ଭୋଇ ଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମ ରେ, ଆସନ୍ତା ଏପ୍ରିଲ ୧୪ ତାରିଖ ରେ ହେବାକୁ ଥିବା ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଭିମରାଓ ଆମ୍ବେଦକର ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବ କୁ ଧୁମଧାମରେ ପାଳନ କରିବାପାଇଁ ପ୍ରସ୍ତୁତି ଏବଂ ବିଭିନ୍ନ କର୍ମ କର୍ତ୍ତା ଚୟନ କରାଯାଇଥିଲା।ଏହା ସହିତ ସଂଗଠନ କୁ ଆଗକୁ କେମିତି ଦୃଢ଼ ଭାବରେ ସଂଗଠିତ କରାଯାଇପାରିବ ସେ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥର ଜୟନ୍ତୀ ଉତ୍ସବ ଭିନ୍ନ ଧରଣର ହେବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଆଶା ପ୍ରକଟ କରିଥିଲେ। ଏହି ବୈଠକରେ ସମଗ୍ର କୁଚିଣ୍ଡା ଅଞ୍ଚଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ, ସେମାନଙ୍କ ମଧ୍ୟରେ ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର ଛତ୍ରିଆ,ସଙ୍ଘ ର ସଭାପତି ଗଜେନ୍ଦ୍ର ଭୋଇ, ସଂପାଦକ ମନୋରଞ୍ଜନ ଭୋଇ,ଅବସର ପ୍ରାପ୍ତ ସେନା ଅଧିକାରୀ ସୁଶିଲ କିସାନ, ଡ଼ଃ ଇଶ୍ଵର ମୁଣ୍ଡା, ହିମାଂଶୁ ଶେଖର ଅମାତ ବ୍ଳକ ସଂପାଦକ, ଅନୁସୂଚିତ ଜାତି ଏବଂ ଜନଜାତି କର୍ମଚାରୀ ସମନ୍ବୟ ପରିଷଦର ସଭାପତି ସୁଜିତ ବୁଡା, ବରିଷ୍ଠ ସମାଜ ସେବୀ ବିଶ୍ବନାଥ କଣ୍ଡ୍ରା, ଯୁବନେତା ସତୃଘନ ବୁଡା, ବରିଷ୍ଠ ସଂଗଠକ ମାୟାଧର କାଲୋ, ଚନ୍ଦ୍ରମଣି ମାଝି,ସାନ୍ତାନୁ ବୁଡା ଏବଂ ରୁଦ୍ରନାରାୟଣ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ