କୁଚିଣ୍ଡା କଲେଜରେ ପୂରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ପୂରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୂରାତନ ଛାତ୍ର ସଂସଦ ସଭାପତି ପ୍ରଫୁଲ୍ଲ ସାହୁ ଅଧ୍ୟକ୍ଷତା କରିଥିଲେ।ପୂର୍ବାଞ୍ଚଳ ଆଇଜି ଡ.ସତ୍ୟଜିତ ନାୟକ ମୁଖ୍ୟଅତିଥି, ସମ୍ମାନିତ ଅତିଥି କୁଚିଣ୍ଡା ଉପ ଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ, ସମ୍ବଲପୁର ଜିଲ୍ଲାଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା କେନ୍ଦ୍ର (ଡାଏଟ) ଅଧ୍ୟକ୍ଷା ଗିତାଞ୍ଜଳୀ ଭୋଇ ମୁଖ୍ୟବକ୍ତା, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଡ.ମଳୟ ରଞ୍ଜନ ମହାନନ୍ଦ,କୁଚିଣ୍ଡା କଲେଜ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ମୁଖ୍ୟଅତିଥି ଆଇଜି ଡ. ନାୟକ ଆଭାସୀ ମାଧ୍ୟମରେ ବକ୍ତବ୍ଯ ଦେଇ କହିଥିଲେ ଯେ,କଳା ଓ ସଂସ୍କୃତି ପାଇଁ କୁଚିଣ୍ଡା ବିଶ୍ୱଦରବାରରେ ପରିଚିତ।ଶିକ୍ଷା କ୍ଷେତ୍ରରେ କୁଚିଣ୍ଡା କଲେଜର ସୁନାମ ରହିଥିବା ବେଳେ ପୂରାତନ ଛାତ୍ର ସଂସଦକୁ ଅଧିକ କ୍ରୀୟାଶୀଳ କଲେ ଆଗାମୀ ପୀଢି ପାଇଁ ଏହା ପ୍ରେରଣା ହେବ ବୋଲି କହିଥିଲେ।ମୁଖ୍ୟବକ୍ତା ଭୋଇ ତାଙ୍କ ଅଭିଭାଷଣରେ ଆତ୍ମୀୟତାର ଅନ୍ୟନାମ ପୂରାତନ ଛାତ୍ରସଂସଦ ବୋଲି କହି ସେ ଅଧ୍ୟୟନ କରିଥିବା ସମୟର କୁଚିଣ୍ଡା କଲେଜ ଓ ବର୍ତ୍ତମାନର କୁଚିଣ୍ଡା କଲେଜ ମଧ୍ୟରେ ଆକାଶ ପାତାଳ ଫରକ ରହିଛି।ତେଣୁ ଛାତ୍ରୀଛାତ୍ରଙ୍କ ପ୍ରତିଭାର ବିକାଶ ପାଇଁ ତାଙ୍କୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ଜାତୀୟ ଶିକ୍ଷାନୀତିର ଅସଲ ଉଦ୍ଦେଶ୍ୟ ସାଧିତ ହେବ ବୋଲି ପ୍ରକାଶ କହିଥିଲେ।ପ୍ରଫେସର ମହାନନ୍ଦ,ଉପଜିଲ୍ଲାପାଳ ପ୍ରଧାନ ଓ କଲେଜ ଅଧ୍ୟକ୍ଷା ମିଶ୍ର ପ୍ରତିଭାର ଉଚିତ ମୂଲ୍ୟାୟନ କଲେ ଆଗାମୀ ଭବିଷ୍ୟତ ସୃଷ୍ଟିରେ ସହାୟକ ହେବ ବୋଲି କହିଥିଲେ।ପୂରାତନ ଛାତ୍ର ସଂସଦ ସମ୍ପାଦକ ପୂର୍ଣ୍ଣେନ୍ଦୁ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମଳୟ ବେହେରା ସଭା ପରିଚାଳନା କରିଥିଲେ।ପ୍ରାରମ୍ଭରେ ପୂର୍ବତନ କଲେଜ ଅଧ୍ୟକ୍ଷ ଅରବିନ୍ଦ ମିଶ୍ରଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହି ଅବସରରେ ଅତିଥିମାନେ ଜାତୀୟ ଗଣତନ୍ତ୍ର ଦିବସରେ କୁଚିଣ୍ଡାକୁ ପ୍ରତିନିଧିତ୍ଵ କରିଥିବା ଏନଏସଏସ ସ୍ୱେଚ୍ଛାସେବୀ ରୂପାଲି ପଣ୍ଡା,ଓଡିଶୀ ନୃତ୍ୟରେ ପ୍ରତିନିଧିତ୍ୱ କରିଥିବା ଇପସିତା ବେହେରା ଓ ସର୍ବାଧିକ ରକ୍ତଦାତା ବିବେକାନନ୍ଦ ପାଣିଗ୍ରାହୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ପୂରାତନ ଛାତ୍ର ସଂସଦ ଉପସଭାପତି ପ୍ରଭାତ ବେହେରା କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏ ଦିଗରେ କଲେଜ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବାକୁ କହି ଧନ୍ୟବାଦ ଅର୍ପଣ କରିଥିଲେ।ବୁଧବାର କଲେଜ ବାର୍ଷିକ ଉତ୍ସବ ଉଦଯାପନୀରେ କଳା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସିନେ ଓ ସମ୍ବଲପୁରୀ ହାସ୍ୟ କଳାକାର ଯୋଗେଶ ଯୋଯୋ ଯୋଗ ଦେଇ ମନୋରଞ୍ଜନ କରିଥିଲେ।ଏହି ଅବସରରେ ଡ.ପ୍ରମୋଦ ରଞ୍ଜନ ଦାସଙ୍କ ରଚୟିତ ଡ୍ରାମା ‘ପ୍ରୟାସ’ ପରିବେଶିତ ହୋଇଥିଲା।କଲେଜ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ସଭାପତିତ୍ବ କରିଥିବା ବେଳେ ସଞ୍ଜୁଶ୍ରୀ ସାହୁ ଓ ସୁଧାଂଶୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ମମତା ସାହୁ ବାର୍ଷିକ ବିବରଣୀ ପଠନକରିଥିଲେ। ଶେଷରେ ବେଲମତୀ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ