କୁଚିଣ୍ଡା ବ୍ଲକସ୍ତରୀୟ ମହିଳା ଆଇନ ସଚେତନତା ତାଲିମ ଶିବିର

କୁଚିଣ୍ଡା, (ରିଙ୍କୁ କୁସୁମ):ଆଜି ଶୁକ୍ରବାର କୁଚିଣ୍ଡା ମହାବିଦ୍ୟାଳୟ ହଲ ନଂ ୩ ସମ୍ମିଳନୀ କକ୍ଷରେ ଠାରେ ବ୍ଲକ ସ୍ତରୀୟ ମହିଳା ମାନଙ୍କ ପାଇଁ ଏକଦିବସୀୟ ଆଇନ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଟି କୁଚିଣ୍ଡା ସିଡିପିଓ ରାଜଶ୍ରୀ ପରିଡା ଙ୍କ ତ୍ବତ୍ତାବଧାନରେ ଅନୁଷ୍ଠିତ ହୋଇଥିଲା।ସୁନୀତା ତ୍ରିପାଠୀ ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ କୁ ସମ୍ବଲପୁର ଡିଏସଡବଲୁ ରେଣୁବାଲା ନନ୍ଦ ସ୍ବାଗତ, ଏବଂ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତେ ଯଦି ଠିକ ହୋଇଯିବେ ତାହାହେଲେ ସଚେତନତା ଆବଶ୍ୟକ ନାହିଁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ପୋଲିସ ଏସ ଡି ପି ଓ ଅମିତାଭ ପଣ୍ଡା, କୁଚିଣ୍ଡା ପିଏଆଇଟିଡିଏ ହେମସାଗର ଭୋଇ, କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର,କୁନ୍ତରା ସିଏସପି ମୁଖ୍ୟ ଇଶ୍ବର ମୁଣ୍ଡା, ବିଭୁତି କଲ୍ୟାଣ ପଟେଲ ପ୍ରମୁଖ ଉଦଘାଟନ ଉତ୍ସବ ରେ ପ୍ରାରମ୍ଭିକ ସୂଚନା ଦେଇ ମହିଳା ମାନଙ୍କୁ ସଚେତନ କରିଥିଲେ।ଏହି ଅବସରରେ ସ୍କୁଲ ଛାତ୍ରୀ ମାନେ ସମାଜ ରେ ରହିଥିବା କୁ ସଂସ୍କାର ଉପରେ ଦୁଇଟି ସଂଗିତ ମାଧ୍ୟମରେ କିଶୋରୀ ବାଳିକା ଗୃପ ସର୍ଗିଡିହି ଏବଂ ଘୋଷା ର କିଶୋରୀ ବାଳିକା ମାନେ ନାଟକ ଅଭିନୟ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ମହିଳା ଫେଡେରେସନ ର ସଭାନେତ୍ରୀ ରମିତା ଚୈଧୁରୀ,ପୂର୍ଣ୍ଣିମା ତ୍ରୀପାଠୀ,ସରିତା ଦାସ ପ୍ରମୁଖ ସହଯୋଗ କରିଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ତିନି ଶହ ରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ରହି ତାଲିମ ନେଇଥିଲେ। କୁଚିଣ୍ଡା ଏସଡିଜିଏମ କୋଟ ର ବରିଷ୍ଠ ଓକିଲ ପ୍ରଶାନ୍ତ ପଣ୍ଡା,ଓ ସମାଜ ସେବୀ ପାୟଲ ପ୍ରିୟଙ୍କା ଦେବତା ତାଲିମ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର କର୍ମକର୍ତ୍ତା ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ