କୁଜଙ୍ଗରେ ଦୁର୍ଗାପୂଜା

କୁଜଙ୍ଗ, (ପୀତବାସ ପ୍ରଧାନ):କୋଭିଡ ନିୟମାନୁଯାଇ କୁଜଙ୍ଗରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ପାଳନ କରାଯାଉଛି । ମା ଦୁର୍ଗାଙ୍କର ଷଷ୍ଠି ବେଳବରଣୀ ଓ ସପ୍ତମିରେ ଆବାହନ ପୂଜା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷଭଳି ଏଥର ଅତି ସିମିତ ପରିସରରେ ସାର୍ବଜନୀନ ଦୁର୍ଗାପୂଜା ପାଳନ କରାଯାଉଛି । ସାଜ ସଜା, ଆଲୋକମାଳା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ରକ୍ରମ ବାତିଲ କରାଯାଇଛି । କୋଭିଡ ନିୟମାନୁସାରେ ଦର୍ଶକମାନେ ସତର୍କତାର ସହ ମାଙ୍କର ଦର୍ଶନ କରି ଫେରିବେ ବୋଲି ସ୍ଥିର ହୋଇଛି । ମା ଦୁର୍ଗାପୂଜା କମିଟିର ସମ୍ପାଦକ କେଶବ ଚନ୍ଦ୍ର ଦାସ, ରବିନ୍ଦ୍ର କୁମାର ଦାସ, ଦିଲ୍ଲିପ ଦାସ, ବିଚିତ୍ରାନନ୍ଦ ପ୍ରଧାନ, ଭ୍ରମରବର ପରିଡା, ରାଜିବ ବସନ୍ତିଆ, ରବିନ୍ଦ୍ର ନାଥ, ରାଜେନ୍ଦ୍ର ଦାସ, ଅନ୍ନଦା ସାହୁ, ବିପିନ ମହାରଣା, ରଂଜିତ ବିଶ୍ୱାଳ, ନବୀନ ଦାସ, କୈଳାସ ବେହେରାଙ୍କ ସମେତ ବହୁ ସଭ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଆସନ୍ତା ୧୬ତାରିଖ ଦିନ ମାଙ୍କର ବିଶର୍ଜନ କରାଯିବ ବୋଲି କର୍ମକର୍ତାମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ