କୁଟିଆ କୁଈ କଳା ପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ ର  ବାନ୍ଦାକା ଅଞ୍ଚଳର କୁଟିଆ କୁଈ କଳା ପରିଷଦ ପକ୍ଷରୁ  ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଙ୍ଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସେମାନଙ୍କର ବିଭିନ୍ନ ଅନ୍ଧବିଶ୍ୱାସ, କୁସଂସ୍କାରକୁ ଦୂର କରିବା ସହିତ ସେହି ଅଞ୍ଚଳରେ ଥିବା ଲୋକଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ପାନୀୟ ଜଳ ଏବଂ ସ୍ୱଛତା ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି । ଅଞ୍ଚଳର ସମାଜସେବୀ ବୁଲୁ ଦିଗାଲଙ୍କ ନେତୃତ୍ୱରେ ରଞ୍ଜନ ମଝିଆସେଠ୍‍, ରମଶେ ମାଝୀ, ପପୁ ମାଝୀ, ବର୍ଷା ମାଝୀ, ସୁକାନ୍ତୀ ମାଝୀ, ଯକ୍ଷ ମଲ୍ଲିକ ଏବଂ ଭଗବତୀ ହିଏଲଙ୍କ ସମେତ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ମିଳିତ ଭାବରେ ଡେଙ୍ଗୁଡା ଗ୍ରାମରେ ଲୋକଙ୍କୁ ସଚେତନ କରାଯିବାପରେ ସେହି ଅଂଚଳରେ ଥିବା ମଇଳା ଆବର୍ଜନା ସମେତ ଡ୍ରେନ ସବୁକୁ ସଫା କରାଯାଇଥିଲା। ଅନୁଷ୍ଠାନର ଏହି କାର୍ଯ୍ୟରେ ଅଞ୍ଚଳବାସୀ ଉତ୍ସାହର ସହିତ ସହଯୋଗର ହାତ ବଢାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ