କୁଟୁମ୍ବ ପ୍ରବୋଧନ ପକ୍ଷରୁ ଶ୍ରୀରାମ ନବମୀ ପାଳିତ

ପଟ୍ଟାମୁଣ୍ଡାଇ, (ଯୁଗାବ୍ଦ ନ୍ୟୁଜ) : ପବିତ୍ର ଶ୍ରୀରାମ ନବମୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କେନ୍ଦ୍ରାପଡା ଜିଲ୍ଲା କୁଟୁମ୍ବ ପ୍ରବୋଧନ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ହରପାର୍ବତୀ ପ୍ରାଙ୍ଗଣରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ଗୋକୁଳ ଚନ୍ଦ୍ର ଦାଶ ପୌରହିତ୍ୟ କରିଥିଲେ।ଏହି ଅବସରରେ କଲେଜ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସମଗ୍ର ରାମାୟଣର ସାରାଂଶକୁ ନାମ ରାମାୟଣ ଆକାରରେ ୧୦୮ ଟି ଶ୍ଲୋକରେ ବୋଲାଯାଇଥିଲା।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କଟକ ବିଭାଗ କାର୍ଯ୍ୟବାହ ଶରତ କୁମାର ସେନ ନିଜ ବୌଦ୍ଧିକ ରେ ହଜିଯାଉଥିବା ପରିବାର ସଂସ୍କାର ଓ ସଂସ୍କୃତି କିପରି ରକ୍ଷା କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।ପ୍ରଜ୍ଞାନନ୍ଦ ଆଶ୍ରମର ଗୁରୁମା ଜ୍ୟୋତ୍ରୀମୟୀ ହିନ୍ଦୁ ପରିବାର ଦର୍ଶନ ଉପରେ ଆଲୋଚନା କରିଥିଲେ।ସନାତନ ହିନ୍ଦୁ ସଂସ୍କୃତିକୁ ଅବକ୍ଷୟରୁ ରଖିବାକୁ ହେଲେ ଆମର ପରିବାର ବ୍ୟବସ୍ଥା କୁ ସୁଦୄଢ କରିବାକୁ ପଡିବ ଏବଂ ଏଥିରେ ଯୁବପିଢ଼ି ଙ୍କର ପ୍ରମୁଖ ଭୂମିକା ଅଛି ବୋଲି ଗୁରୁମା କହିଥିଲେ।ଦୁଇ ଶହରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହଥିଲେ।ଜିଲ୍ଲା କାର୍ଯ୍ୟବାହ ବିରଞ୍ଚି ନାରାୟଣ ମହାପାତ୍ର, ସହ ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ,ସୁଧାଂଶୁ ତ୍ରିପାଠୀ, ପ୍ରଶନ୍ନ ମିଶ୍ର, ପଞ୍ଚାନନ ମାହୁନ୍ତ,ରାଜେନ୍ଦ୍ର ଗିରି,ବଳରାମ ମଲ୍ଲିକ, ରବିନ୍ଦ୍ର ଦାସ ପ୍ରମୁଖ ସଂଘ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ