କୁଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ପଂଚାୟତ ଅଧିନସ୍ଥ କୁଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଂଜନ ଗୋଛାୟତଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରଂପଚ ପ୍ରିୟଦର୍ଶିନୀ ଲେଙ୍କା ଓ ସମ୍ମାନିତ ଅତିଥି ଭାବେ ସିଆରସିସି ସହଦେବ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଶ୍ମୀତା ବେହୁରା ପରିଚାଳନା କରିଥିଲେ ।


