ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜ୍ଞାନ ଦୀପ ଫାଉଣ୍ଡେସନ୍‌ର ବିଶ୍ୱଛାତ୍ର ଦିବସ ୨୦୨୨

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରତ୍ନ ପ୍ରାପ୍ତ, ମିସାଇଲ୍‌ମ୍ୟାନ୍ ତଥା ଭାରତର ପୂର୍ବତନ ମହାନ ରାଷ୍ଟ୍ରପତିଡଃ ଏ.ପି.ଜେ. ଅବଦୁଲକଲାମଙ୍କଜନ୍ମଜୟନ୍ତୀ ତଥା ବିଶ୍ୱଛାତ୍ର ଦିବସ ଅବସରରେଜୟନ୍ତି ପାଳନ ଓ ଦୁଇ ଦିନିଆବିଜ୍ଞାନ ମେଳାର ଆୟୋଜନଭୁବନେଶ୍ୱରସାଲିଆସାହିରେକରାଯାଇଛି ।ବିଜ୍ଞାନ ମେଳା ଉଦ୍‌ଘାଟନୀଉତ୍ସବରେଶ୍ରୀଯୁକ୍ତ ଆକାଶ ଦାସନାୟକ (ବିଶିଷ୍ଟଓଡିଆସିନେ ତାରକା, ସମାଜସେବୀ, ଅଧ୍ୟକ୍ଷ “ମୋକଲେଜ” ଅଭିଯାନ), ଶ୍ରୀଯୁକ୍ତସଂଗ୍ରାମକେଶରୀ ପାଇକରାୟ (ବିଶିଷ୍ଟସମାଜସେବୀ, ଅଧ୍ୟକ୍ଷ ଓଡିଶାଖଦି ଓ ଗ୍ରାମୋଦ୍ୟୋଗବୋର୍ଡ, ସଭାପତିବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାଲିଆସାହି, ଶ୍ରୀମାନ୍ ଅନିଲ ପ୍ରଧାନ (ସି.ଇ.ଓ. ୟଙ୍ଗ୍‌ଟିଙ୍କରଏକାଡେମୀ), ଶ୍ରୀଯୁକ୍ତପ୍ରେମାନନ୍ଦ ଜେନା (ୱାର୍ଡ ନଂ-୨୦, ବି.ଏମ୍‌.ସି.) ଶ୍ରୀଯୁକ୍ତସମ୍ବିତ ନନ୍ଦ (ମାର୍ଗଦର୍ଶକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାଲିଆସାହି), ଅଧ୍ୟାପକସଂଜୀବରାୟ (ବାଉରୀବନ୍ଧୁମହାବିଦ୍ୟାଳୟ, ଛତାବର ଅତିଥି ପ୍ରମୁଖଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ସଭାପତିଶ୍ରୀଯୁକ୍ତ ପାଇକରାୟସଭା ପରିଚାଳନାସହିତଛାତ୍ରଛାତ୍ରୀମାନଙ୍କୁ ଅବଦୁଲକଲାମଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତହେବା ନିମନ୍ତେ ବାର୍ତାରଖିଥିଲେ । ଶ୍ରୀଯୁକ୍ତ ଆକାଶ ଦାସନାୟକ ଛାତ୍ରଛାତ୍ରୀ ମାନଙ୍କର ଲକ୍ଷକିପରିହେବା ଆବଶ୍ୟକ ଓ ଲକ୍ଷକୁ ପ୍ରାପ୍ତ କରିବା ପାଇଁକିଛିକୌଶଳ ନିଜବାର୍ତା ମାଧ୍ୟମରେ କହିଥିଲେ ଓ ମୋଓଡିଶାଗୀତ ନିଜେବୋଲି ପିଲାମାନଙ୍କୁବୋଲିବା ପାଇଁଉତ୍ସାହ ପ୍ରଦାନ କରିଥିଲେ । ଯୁବବିଜ୍ଞାନୀ ଅନିଲ ପ୍ରଧାନ ପିଲାମାନଙ୍କ ନିକଟରେଲୁଚିଥିବା ଅନ୍ତର୍ନିହିତଗୁଣ ପ୍ରକାଶକରିବା ନିମନ୍ତେ ନିଜରଇଛାଶକ୍ତିକୁ ପ୍ରକାଶକରିବା ନିମନ୍ତେ ନିଜରବାର୍ତାମାଧ୍ୟମରେକହିଥିଲେ । ଶ୍ରୀଯୁକ୍ତପ୍ରେମାନନ୍ଦ ଜେନାବିଶ୍ୱଛାତ୍ର ଦିବସ ପାଳନ ନିମନ୍ତେ ଜ୍ଞାନ ଦୀପ ଫାଉଣ୍ଡେସନ୍‌ରକର୍ମକର୍ତାଙ୍କୁସାଧୁବାଦ ଜଣାଇଥିଲେ । ଶ୍ରୀଯୁକ୍ତସମ୍ବିତ ନନ୍ଦ କଲାମଙ୍କବିଷୟରେବହି ପଢିବା ଓ ଶ୍ରେଣୀଶିକ୍ଷକମାନଙ୍କ ନିକଟରୁବୁଝିବା ପାଇଁଉପଦେଶ ପ୍ରଦାନ କରିଥିଲେ । ସଭାପତିଶ୍ରୀଯୁକ୍ତ ପାଇକରାୟସଭା ପରିଚାଳନାକରିଥିଲେ । ବିଜ୍ଞାନ ମେଳାରସମସ୍ତକାର୍ଯ୍ୟକ୍ରମକୁଶ୍ରୀମାନ୍‌ମେଘାନ ସାହୁତତ୍ୱାବଧାରକକରିଥିଲେ । ଛାତ୍ର ଦିବସ ଅବସରରେକିଛିମେଧାବୀଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟସମ୍ପାଦକ ଓ ସମସ୍ତଗୁରୁଜୀଗୁରୁମାବୃନ୍ଦ କାର୍ଯ୍ୟକ୍ରମରସଫଳ ପରିଚାଳନାକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ