କୁତୁରଙ୍ଗ ପଂଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ଗ୍ରାମପଂଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ କୁତୁରଙ୍ଗ ପଂଚାୟତର ସିଦ୍ଧ ମହାପୁରୁଷ ପୀଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ୭୪ଟି ଦୀପଦାନ କରାଯିବା ସହିତ ଜନ୍ମଦିନ କେକ କଟାଯାଇଥିଲା । ଏଥିସହିତ ପଂଚାୟତର ଗରୀବ ଅସହାୟମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନର କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ନରୋତ୍ତମ ମଲ୍ଲିକ, ଗୋଲଖ ଜେନା, ଅଶୋକ ଜେନା, ଦୁଃଶାସନ ମଳିକ, ସୁରେଶ ଚନ୍ଦ୍ର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ପରିଡା, ସରକାରୀ ଆଇନଜୀବି ନିରଞ୍ଜନ ବଳ, କାର୍ତ୍ତିକ ଚନ୍ଦ୍ର ସାମଲ, ବିଦ୍ୟାଧର ମଳିକ, ମନୋଜ କୁମାର ଜେନା, ଅଭିଜିତ ଥାଟୋଇ, ରଶ୍ମିରଞ୍ଜନ ଥାଟୋଇ, ଦେବଦତ୍ତ ଜେନା, ପ୍ରଭାକର ଦାସ, ଜ୍ଞାନଲୋଚନ ବେହେରା, ପ୍ରିୟରଞ୍ଜନ ମହାନ୍ତି, ଦିଲ୍ଲିପ କୁମାର ଦାସ, ସଚିଦାନନ୍ଦ ଦାସ, ବଳରାମ ଜେନା, ଯୁଧିଷ୍ଟିର ସାହୁ, ଅକ୍ଷୟ କୁମାର ସାହୁ, ମନୋରଞ୍ଜନ ମଳିକ, ଦଶୁରାମ ଦାସ, ନୀଳମଣି ଦାସ, ପ୍ରକାଶ ଦାସ, ଶୁକାନ୍ତ ମହାପାତ୍ର, ପଦ୍ମନାଭ ସାହୁ, ଶ୍ରୀଧର ଥାଟୋଇ, ପ୍ରଫୁଲ୍ଲ ସ୍ୱାଇଁ, ନୀଳମଣି ଜେନା, ନୃସିଂହ ରାଉତଙ୍କ ସମେତ ପଂଚାୟତର ସମସ୍ତ ବିଜେଡିକର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ